‘ଷ୍ଟାଚ୍ୟୁ ଅଫ୍ ୟୁନିଟି’- ସର୍ଦ୍ଦାର ପଟେଲଙ୍କୁ ଭାରତର ଶେଷ୍ଠ ସମ୍ମାନ : ମୋଦୀ

0

ଅହମଦାବାଦ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଷ୍ଟ୍ରୀୟ ଏକତା ଦିବସ ଅବସରରେ  ଦେଶର ପ୍ରଥମ ସ୍ବରାଷ୍ଟ୍ର ମନ୍ତ୍ରୀ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୮୨ ମିଟର ଉଚ୍ଚତା ବିଶିଷ୍ଟ ସର୍ଦ୍ଦାର ପଟେଲଙ୍କ ପ୍ରତିମୂର୍ତ୍ତି  ‘ଷ୍ଟାଚ୍ୟୁ ଅଫ ୟୁନିଟି’ (‘ଏକତା ପ୍ରତିମୂର୍ତ୍ତି’)କୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ୱାରା ଉନ୍ମୋଚିତ ଏହି ୧୮୨ ମିଟର ଉଚ୍ଚତା ବିଶିଷ୍ଟ ସର୍ଦ୍ଦାର ପଟେଲଙ୍କ ପ୍ରତିମୂର୍ତ୍ତିର ଉଚ୍ଚତା  ଆମେରିକାର ଷ୍ଟାଚ୍ୟୁ ଅଫ ଲିବର୍ଟି ଠାରୁ ୨ ଗୁଣ ଅଧିକ ।

ଗୁଜୁରାଟର ନର୍ମଦା ଜିଲ୍ଲା କେଭାଡିଆଠାରେ  ସର୍ଦ୍ଦାର ସରୋବର ଡ୍ୟାମ ନିକଟରେ ନିର୍ମିତ ପ୍ରତିମୂର୍ତ୍ତି ଉନ୍ମୋଚନ କରିବା ଅବସରରେ ଶ୍ରୀ ମୋଦୀ କହିଛନ୍ତି ଯେ,  ଆଜି ସାରାଦେଶ ରାଷ୍ଟ୍ରୀୟ ଏକତା ଦିବସ ପାଳନ କରୁଛି । ଆଜି ହେଉଛି ସେହିଦିନ ଯାହା ଇତିହାସରେ ସବୁଦିନ ପାଇଁ ଲିପିବଦ୍ଧ ହୋଇ ରହିବ । ଭାରତ ସ୍ୱାଧୀନ ହେବାର ଦୀଘ୍ର ଦିନ ପରେ ଆଜି ଦେଶ ସର୍ଦ୍ଦାରଙ୍କ ବିରାଟ ବ୍ୟକ୍ତିତ୍ୱକୁ ଜାଗ୍ରତ କରିବାର କାମ କରିଛି । ପୃଥିବୀରୁ ନେଇ ଆକାଶ ଯାଏଁ ସର୍ଦ୍ଦାରଙ୍କ ଅଭିଷେକ କରାଯାଉଛି । ଏହା ଭବିଷ୍ୟତ ପାଇଁ ପ୍ରେରଣା ଯୋଗାଇବ । ଏହା ତାଙ୍କର ସୌଭାଗ୍ୟ କି ସେ ସର୍ଦ୍ଦାରଙ୍କ ବିଶାଳ ପ୍ରତିମାକୁ ସମର୍ପିତ କରିଛନ୍ତି । ସେ ଗୁଜୁରାଟ ମୁଖ୍ୟମନ୍ତ୍ରୀ ଥିବାବେଳେ ଏହାର ପରିକଳ୍ପନା କରିଥିଲେ । କିନ୍ତୁ ପ୍ରଧାନମନ୍ତ୍ରୀ ଭାବେ ଏହି ଦାୟିତ୍ୱ ନେବେ ବୋଲି ଭାବି ନଥିଲେ । ଏହି କାର୍ଯ୍ୟ ପାଇଁ ଗୁଜୁରାଟ ଜନତା ତାଙ୍କୁ ସମର୍ଥନ କରିଛନ୍ତି । ଏହାର ନିର୍ମାଣ ପୂର୍ବରୁ ଆରମ୍ଭ ହୋଇଥିବା ଲୌହ ସଂଗ୍ରହ ଅଭିଯାନରେ ଲୁହାର ପ୍ରଥମ ଅଂଶ ତାଙ୍କୁ ଦିଆଯାଇଥିଲା । ସେ ନିଜେ ଏଥିନିମନ୍ତେ ଆଗକୁ ଆସି ମାଟି ଏବଂ ଲୌହ  ଦାନ କରିଥିଲେ । ଏହି  ‘ଏକତା ପ୍ରତିମୂର୍ତୀ’ ନିର୍ମାଣ ମାଧ୍ୟମରେ ଭାରତର ସ୍ବର୍ଣ୍ଣିମ ପୁତ୍ରଙ୍କୁ ସମ୍ମାନ ପ୍ରଦର୍ଶନ କରାଯାଇଛି ବୋଲି ଶ୍ରୀ ମୋଦୀ କହିଛନ୍ତି।

କହିଛନ୍ଏତିହା ସହ ପ୍ରଧାନମନ୍ତ୍ରୀ କହିଛନ୍ତି କି, ତାଙ୍କୁ  ବିଗତ ଦିନର ସବୁ ସ୍ମୃତି ମନେ ପଡିଯାଉଛି । କୃଷକମାନେ ଏହି ପ୍ରତିମାକୁ ନିର୍ମାଣ କରିବା ପାଇଁ ଆନ୍ଦୋଳନ କରିଥିଲେ । ସର୍ଦ୍ଦାଲ ପଟେଲ ଖଣ୍ଡ ବିଖଣ୍ଡିତ ହୋଇ ରହିଥିବା ଦେଶକୁ ଏକତା ସୂତ୍ରରେ ବାନ୍ଧିବାରେ ସଫଳ ହୋଇଥିଲେ । ଭାରତ ୫୫୦ରୁ ଅଧିକ ଛୋଟଛୋଟ ରାଜ୍ୟରେ ଖଣ୍ଡରେ ବିଭକ୍ତ ଥିଲା । ଯେତେବେଳେ ଭାରତର ଭବିଷ୍ୟତ ଅନ୍ଧକାରମୟ ହୋଇ ଯାଇଥିଲା । ସେତେବେଳେ ସର୍ଦ୍ଦାଲ ପଟେଲ ଆଶାର ଆଲୋକ ସାଜିଥିଲେ ।

ଗଣତନ୍ତ୍ର ଦିବସ ଭଳି ଆଜି  ସାରା ଦେଶରେ ସର୍ଦ୍ଦାର ପଟେଲଙ୍କ ୧୪୩ତମ ଜୟନ୍ତୀକୁ ବଡ଼ ଆକାରରେ ପାଳନ କରାଯାଇଛି । ‘ଷ୍ଟାଚ୍ୟୁ ଅଫ୍ ୟୁନିଟି’  ଉନ୍ମୋଚନ କାର୍ଯ୍ୟକ୍ରମରେ ବିଜେପି ଅଧ୍ୟକ୍ଷ ଅମିତ ଶାହା, ଗୁଜୁରାଟ ରାଜ୍ୟପାଳ ଓ. ପି କୋହଲି, ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ, ଉପ-ମୁଖ୍ୟମନ୍ତ୍ରୀ ନୀତିନ ପଟେଲ, ପୂର୍ବତନ ମୁଖ୍ୟମନ୍ତ୍ରୀ ଆନନ୍ଦିବେନ ପଟେଲ, ଗୃହ ରାଷ୍ଟ୍ରମନ୍ତ୍ରୀ ପ୍ରଦୀପ ସିଂହ ଜାଡେଜା ଓ ମୁଖ୍ୟ ସଚିବ ଜେ.ଏନ. ସିଂହ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply