ମହାପୁରୁଷଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ

0

ସୁଆଣ୍ତୋ: ପୁରୀ ଜିଲ୍ଲା ସୁଆଣ୍ଡୋ ବାଲିପୁଟ ଗ୍ରାମରେ ଥିବା ପଞ୍ଚାୟତ ହାଇସ୍କୁଲ ପରିସରରେ ଉତ୍କଳ ସ୍ଵାଭିମାନ ମଞ୍ଚ ପକ୍ଷରୁ ମହାପୁରୁଷମାନଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରାଯାଇଛି । ହାଇସ୍କୁଲରେ ଉତ୍କଳମଣି ଗୋପବନ୍ଧୁ ଦାସ, ଉତ୍କଳଗୌରବ ମଧୁସୂଦନ ଦାସ ଓ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ କରାଯାଇଛି । ହରିହରାନନ୍ଦ କ୍ରିୟାଯୋଗ ଆଶ୍ରମର ପୂଜ୍ୟ ଗୁରୁଜୀ ପରମହଂସ ପ୍ରଞ୍ଜାନନ୍ଦଜୀ ମହାରାଜ ମହାପୁରୁଷମାନଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିଥିଲେ । ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଜମି ଦାନ କରିଥିବା ସ୍ଵର୍ଗତଃ ପ୍ରଭାକର ପରିଡାଙ୍କ ସ୍ମୃତି ପାଇଁ ଏକ ସ୍ମୃତିସ୍ତମ୍ଭ ମଧ୍ୟ ଉନ୍ମୋଚିତ ହୋଇଥିଲା । ଏହି ପରିପ୍ରେକ୍ଷୀରେ ଆୟୋଜିତ ସ୍ମୃତିଚାରଣ ସଭାରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ରବୀନ୍ଦ୍ରନାଥ ତ୍ରିପାଠୀ ଅତିଥିମାନଙ୍କ ପରିଚୟ କରାଇଥିଲେ । ପ୍ରତିମୂର୍ତ୍ତି ଦାନ କରିଥିବା ମଧୁସୂଦନ ତ୍ରିପାଠୀ, ରାଧାକାନ୍ତ ଦାଶ ଓ ବିଜୟ କୁମାର ଦାସଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସଭାରେ ଅନେକ ବରିଷ୍ଠ ବ୍ୟକ୍ତି ଅତିଥି ଭାବେ ଯୋଗ ଦେଇଥିଲେ। ପ୍ରତିମୂର୍ତ୍ତି ଉନ୍ମୋଚନ ବେଳେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀମାନେ ଉପସ୍ଥିତ ରହିଥିଲେ ।

Leave A Reply