ଷ୍ଟାନ୍‌ଜା ବକ୍ସିଂ: ନିଖତ୍, ମୀନାଙ୍କୁ ସ୍ବର୍ଣ୍ଣ

0

ନୂଆଦିଲ୍ଲୀ : ଭାରତର ଦୁଇ ମହିଳା ବକ୍ସର ନିଖତ୍‌ ଜରିନ ଓ ମୀନାକୁମାରୀ ଦେବୀ ବୁଲଗେରିଆର ରାଜଧାନୀ ସୋଫିଆରେ ଚାଲିଥିବା ଷ୍ଟାନ୍‌ଜା ସ୍ମାରକୀ ବକ୍ସିଂ ପ୍ରତିଯୋଗିତାରେ ସ୍ବର୍ଣ୍ଣପଦକ ଜିତିଛନ୍ତି।
ମଙ୍ଗଳବାର ମହିଳା ୫୧ କିଗ୍ରା ବର୍ଗ ଫାଇନାଲରେ ନିଖତ୍‌ ୫-୦ ପଏଣ୍ଟରେ ଫିଲିପାଇନ୍ସର ଇରିସ୍‌ ମାଗ୍‌ନୋଙ୍କୁ ପରାସ୍ତ କରିଥିବାବେଳେ ୫୪ କିଗ୍ରା ଫାଇନାଲରେ ମୀନାକୁମାରୀ ଫିଲିପାଇନ୍ସ ପ୍ରତିଦ୍ବନ୍ଦ୍ବୀ ଆଇରା ଭିଲେଗାସ୍‌ଙ୍କୁ ୩-୨ ପଏଣ୍ଟରେ ହରାଇଛନ୍ତି। ତେବେ ୪୮ କିଗ୍ରା ବର୍ଗ ଫାଇନାଲରେ ଫିଲିପାଇନ୍ସର ଜୋସି ଗାବୁକୋଙ୍କଠାରୁ ହାରିବାପରେ ମଞ୍ଜୁରାଣୀଙ୍କୁ ରୌପ୍ୟପଦକରେ ସନ୍ତୁଷ୍ଟ ହେବାକୁ ପଡିଛି। ସୋମବାର ତିନି ଭାରତୀୟ ବକ୍ସର ୱିଲାଓ ବସୁମାତାରି (୬୪ କିଗ୍ରା), ନୀରଜ (୬୦ କିଗ୍ରା) ଓ ଲଭ୍‌ଲିନା (୬୯ କିଗ୍ରା)ଙ୍କୁ ବ୍ରୋଞ୍ଜପଦକ ଜିତିଛନ୍ତି।

Leave A Reply