ବାସି ରୁଟିରେ ବନାନ୍ତୁ ହାଲୁଆ

0

ଆବଶ୍ୟକୀୟ ସାମଗ୍ରୀ: ବାସି ରୁଟି ୩ରୁ ୪ଟା, ଅଧକପ୍ ଚିନି, ଘିଅ, ଅଧାକପ୍ ଫୁଟା କ୍ଷୀର, ଡ୍ରାଏ ଫ୍ରୁଟ୍(କାଜୁ, ପିସ୍ତା, ଆଲମଣ୍ଡ, ଖିସମିସ୍) ଓ ଗୁଜୁରାତି ଗୁଣ୍ଡ ।

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ରୁଟି ଗୁଡିକୁ ଛୋଟ ଛୋଟ ଟୁକୁଡା କରି ଛିଣ୍ଡେଇ ଦିଅନ୍ତୁ । ଏବେ ଗ୍ୟାସରେ ପ୍ୟାନ୍ ବସାଇ ଘିଅ ଗରମ କରନ୍ତୁ । ଘିଅ ଗରମ ହୋଇଗଲେ ସେଥିରେ ରୁଟି ପକାଇ ୧ରୁ ୨ ମିନିଟ୍ ଭାଜନ୍ତୁ । ଘିଅରେ ରୁଟି ଭଲ ଭାବରେ ଗୋଳାଇ ହୋଇଗଲେ ସେଥିରେୁ ଚିନି ପକାଇ ୨ ମିନିଟ୍ ଯାଏଁ ମଧ୍ୟମ ଆଞ୍ଚରେ ଗୋଳାନ୍ତୁ ।

ପରେ ସେଥିରେ କ୍ଷୀର ପକାଇ ୨ ମିନିଟ୍ ଯାଏଁ ଲଗାତର ଭାବରେ ଗୋଳାନ୍ତୁ ।  ଏହା ଦ୍ବାରା ରୁଟି ସୁଜି ହାଲୁଆ ପରି ମୋଟା ହୋଇଯିବ । ପରେ ସେଥିରେ ଡ୍ରାଏ ଫ୍ରୁଟ୍ସ ପକାଇ କାଢି ଆଣନ୍ତୁ । ପ୍ରସ୍ତୁତ ହୋଇଗଲା ବାସି ରୁଟିରେ ହାଲୁଆ । ଏହାକୁ ସକାଳେ ବା ସଂନ୍ଧ୍ୟାରେ ବନାଇ ପିଲାଙ୍କୁ ଜଳଖିଆରେ ଦେଇପାରିବେ ।

Leave A Reply