ରଥଖଳାରୁ… ୩୮ତୁମ୍ବ ନିର୍ମାଣ, ୧୨ଟିର ବିନ୍ଧ ଶେଷ

0

ପୁରୀ : ତିନିରଥ ପାଇଁ ୩୮ ତୁମ୍ବ ନିର୍ମାଣ ଶେଷ ହୋଇଛି। ସେଥିରୁ ୧୨ଟିରେ ୧୬ଯୋଡା ଲେଖାଏଁ ବିନ୍ଧ କରାଯାଇଛି। ଶନିବାର ସନ୍ଧ୍ୟା ସୁଦ୍ଧା ଆଉ ୪ଟି  ତୁମ୍ବ ନିର୍ମାଣ ଶେଷହେବ । ଶ୍ରୀବଳଭଦ୍ରଙ୍କ ତାଳଧ୍ୱଜ ରଥପାଇଁ ୧୪, ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ନିମନ୍ତେ ୧୬ ଏବଂ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥପାଇଁ ୧୨ଟି ଚକ ଦରକାର। ବିନ୍ଧ କାମ ସରିବା ପରେ ମଝିଠେକ କରାଯାଇ ଲୁହାବଳା ଦିଆଯିବ। ତୁମ୍ବରେ ଅର ଓ ପହି ସଂଯୋଗ କରାଯିବ।
ଏପର୍ଯ୍ୟନ୍ତ ନନ୍ଦିଘୋଷ ପାଇଁ ୧୫, ତାଳଧ୍ୱଜ ପାଇଁ ୧୩ ଏବଂ ଦର୍ପଦଳନ ଉଦ୍ଦେଶ୍ୟରେ ୧୦ଟି ତୁମ୍ବ ନିର୍ମିତ ହୋଇଛି । ମହାରଣା ସେବକ ସେଥିରେ ବିନ୍ଧ କରୁଛନ୍ତି। ଏଥିପାଇଁ ଚଳଚଞ୍ଚଳ ହୋଇଉଠିଛି ରଥଖଳା । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଗଠିତ ତଦାରଖ କମିଟି ଶୁକ୍ରବାର ନିର୍ମାଣ କାର୍ଯ୍ୟ ଅନୁଧ୍ୟାନ କରିଛି । ଶନିବାର ନୃସିଂହ ଚତୁର୍ଦଶୀ ତିଥିରେ ଗୁଜ ଅନୁକୂଳ କରାଯିବାର ବିଧି ରହିଛି । ଏଥିପାଇଁ ପ୍ରସ୍ତୁତି କାର୍ଯ୍ୟ ଶେଷ ହୋଇଛି । ବର୍ତ୍ତମାନ ସୁଦ୍ଧା ୩୦ଜଣ ମହାରଣା ରଥ ନିର୍ମାଣରେ ନିୟୋଜିତ ହୋଇଛନ୍ତି । ମଜୁରି ବୃଦ୍ଧିରେ ଶ୍ରୀମନ୍ଦିର ପ୍ରଶାସନର ବିଳମ୍ବ ଯୋଗୁଁ ମହାରଣାଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।

Leave A Reply