ବିଜେପି ସହ ହାତ ମିଳାଇବ ଏଆଇଏଡିଏମ୍‍କେ

0

ଚେନ୍ନଇ : ବିଜେପି ସହ ହାତ ମିଳାଇବା ନେଇ ସୂଚନା ଦେଇଛି ଏଆଇଏଡିଏମକେ। ରବିବାର ଏଆଇଏଡିଏମ୍‍କେ କହିଛି ଯେ ଦଳ ଏବେ ବିଜେପି ସହ ମିଶି କାମ କରୁଛି। ଦୁଇ ଦଳର ସମ୍ପର୍କ ଏବେ ଡବଲ ବ୍ୟାରେଲ ବନ୍ଧୁକ ଭଳି। ରାଜନୈତିକ ଦୃଶ୍ୟପଟରେ ଆମର ସମ୍ପର୍କ ବେଶ ଦୃଶ୍ୟମାନ। ଦଳ କହିଛି ଯେ ବିଜେପି ସହ ସମ୍ପର୍କରେ ତିକ୍ତତା ଆଣିବା ପାଇଁ ବିରୋଧୀ ଡିଏମକେ ଓ ଏହାର ସହଯୋଗୀମାନେ ଚେଷ୍ଟା ଚଳାଇଛନ୍ତି। ତେବେ ଏହି ଚେଷ୍ଟା କେବେହେଲେ ସଫଳ ହେବ ନାହିଁ। ବିଜେପି ସହ ଆମ ସମ୍ପର୍କରେ କେହି ତିକ୍ତତା ଆଣିପାରିବେ ନାହିଁ।

Leave A Reply