ଗୁରୁବାର ରାଶିଫଳ

0

ମେଷ: ସୁସ୍ଥ ଓ ନିରାମୟ ଜୀବନ ଯାପନ କରିପାରନ୍ତି। ଆଳସ୍ୟ ପରାୟଣ ହେବେ। ଭାଗ୍ୟଶାଳୀ ହୋଇପାରନ୍ତି। ସହନଶୀଳ ଓ ପରିବେଶବାସୀ ହେବେ। ଧନାଗମ ହେବ। ସ୍ତ୍ରୀ ବିଳାସୀ ହେବୋ ମିତ୍ର ସୁଖ ଲାଭ କରିବେ।

ବୃଷ: ସୁଖ-ସମ୍ମାନ ଲାଭ କରିବେ। ଐଶ୍ୱର୍ଯ୍ୟଯୁକ୍ତ ହୋଇପାରନ୍ତି। ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ। ରଣକ୍ଷେତ୍ରରେ ଅଥବା ମାଲିମୋକଦ୍ଦମାରେ ବିଜୟୀ ହେବା ସହିତ ଧନଲାଭ ହେବ। ବ୍ୟବସାୟରେ ମନବଳାଇବେ।

ମିଥୁନ: ଦିନସାରା ଚିନ୍ତିତ ରହିପାରନ୍ତି। ବ୍ୟୟ ବୃଦ୍ଧିର ସୂଚନା ମିଳୁଛି। ଥଣ୍ଡା କଫରେ ପୀଡ଼ିତ ହୋଇପାରନ୍ତି। ଚଞ୍ଚଳ ସ୍ୱଭାବର ହେବେ। କଥାବାର୍ତ୍ତାର ଶୈଳୀ ମାର୍ଜିତ ହେବ। ଧାର୍ମିକ ପ୍ରବୃତ୍ତିର ହେବେ। ବହୁ ମିତ୍ରଙ୍କ ସାନ୍ନିଧ୍ୟ ମିଳିବ।

କର୍କଟ: ସୁସମ୍ବାଦ ପାଇ ଖୁସି ହେବେ। ମନ ପ୍ରସନ୍ନ ରହିବ। ଯଶସ୍ୱୀ ହେବେ। ଲୋକପ୍ରିୟତା ଅର୍ଜନ କରିବେ। ଚଞ୍ଚଳ ସ୍ୱଭାବର ହୋଇପାରନ୍ତି। ସରକାରୀ ସ୍ତରରେ ସମ୍ମାନିତ ହେବା ସହିତ ରାଜକୋଷ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି।

ସିଂହ: କର୍ମକ୍ଷେତ୍ରରେ ସଫଳତାର ନିକଟବର୍ତ୍ତୀ ହେବେ। କୁଳ ଦୀପକ ହୋଇପାରନ୍ତି। ଚିତ୍ତ ପ୍ରସନ୍ନ ରହିବ। ଦୟାଳୁ ସ୍ୱଭାବର ହୋଇପାରନ୍ତି। ବ୍ୟବସାୟ ଲାଭ ଜନକ ହେବ। ଯଶସ୍ୱୀ ହେବେ। ନିଜ ପରିବାର ପ୍ରତି ସ୍ନେହ ସଦିଚ୍ଛା ଭାବ ରହିବ।

କନ୍ୟା: ସଫଳତାର ସୂଚନା ପାଇ ଆନନ୍ଦ ଅନୁଭବ କରିବେ। ଆପଣଙ୍କ ପରିଶ୍ରମର ମୂଲ୍ୟ ମିଳିବ। ଭାଗ୍ୟଶାଳୀ ହେବେ। ଦିନଟି ଭୋଗ ବିଳାସରେ ଅତିବାହିତ କରିପାରନ୍ତି। ଧର୍ମାତ୍ମା, ବିଦ୍ୱାନ ଓ ସାହସୀ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ।

ତୁଳା: ମନରେ ବିଷଣ୍ଣ ଭାବ ଦେଖାଦେଇପାରେ। ଈର୍ଷା ପରାୟଣ ହୋଇପାରନ୍ତି। ସ୍ୱାଭିମାନୀ ହେବେ। ମିତ୍ରମାନେ କରଛଡ଼ା ଦେଇ ପାରନ୍ତି। ଯୁଗ୍ମ ବ୍ୟବସାୟ ଲାଭଜନକ ହେବ। ଅଷ୍ଟମ ଚନ୍ଦ୍ର ଭୋଗ ହେଉଥିବାରୁ ସତର୍କରେ ଚଳିବେ।

ବିଛା: ରୋଜଗାର ବୃଦ୍ଧି ହୋଇପାରେ। ବ୍ୟବସାୟ ଲାଭଜନକ ହେବ। ସମାଜ ସେବାପ୍ରତି ମନ ବଳାଇ ପାରନ୍ତି। ମନରେ ଅହଂଭାବ ଆସି ପାରେ। ଶାନ୍ତ ଓ ଧୈର୍ଯ୍ୟବାନ ହୋଇପାରନ୍ତି। ପତ୍ନୀଙ୍କ ପରାମର୍ଶ ଉପାଦେୟ ହେବ।

ଧନୁ: ବିଜ୍ଞ ବ୍ୟକ୍ତିଙ୍କ ପରାମର୍ଶ ଗ୍ରହଣ କରି କାର୍ଯ୍ୟରେ ଆଗେଇବାକୁ ପଡ଼ିବ। କାର୍ଯ୍ୟରେ ବାଧା ଉପୁଜାଇବାକୁ କେହି ଉଦ୍ୟମ କରିପାରନ୍ତି। ଭାଇମାନଙ୍କ ପ୍ରତି ସ୍ନେହଭାବ ରହିବ। ବୁଦ୍ଧି ବଳରେ ଶତ୍ରୁ ଦମନ କରି ଆଶ୍ୱସ୍ତ ହେବେ। ମନ ପ୍ରଫୁଲ୍ଲ ରହିବ।

ମକର: ଭ୍ରମଣରୁ ଶାନ୍ତିର ବାତାବରଣ ସୃଷ୍ଟି ହେବ। ଆତ୍ମ ଗର୍ବ ପ୍ରଦର୍ଶନ କରିପାରନ୍ତି। ଚଞ୍ଚଳ ପ୍ରକୃତିର ହେବେ। ଆକସ୍ମିକ ଧନ ପ୍ରାପ୍ତିର ସୂଚନା ମିଳୁଛି। ତନ୍ତ୍ର-ମନ୍ତ୍ରାଦି ଗୁପ୍ତ ବିଦ୍ୟା ପ୍ରତି ଆଗ୍ରହୀ ହେବେ। ବାଣିଜ୍ୟରୁ ପ୍ରଚୁର ଲାଭ ମିଳିବ।

କୁମ୍ଭ: ଦ୍ରବ୍ୟ ନଷ୍ଟ ହେବାର ସମ୍ଭାବନା ଅଛି। ଉଦାର ସ୍ୱଭାବର ହେବେ। ଦୁର୍ଗତଙ୍କୁ ଦାନ ଦେବା ପାଇଁ ଇଚ୍ଛାପ୍ରକାଶ କରିବେ। ଶୋଭନ ବ୍ୟକ୍ତିତ୍ୱ ପାଇଁ ସମ୍ମାନିତ ହେବେ। ସ୍ୱାସ୍ଥ୍ୟ ଅତୁଟ ରହିବ। ଜଳପ୍ରତି ଆଦର ପ୍ରେମୀ ଓ ବୁଦ୍ଧିମାନ ହେବେ।

ମୀନ: ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ କରି ଆଦରଣୀୟ ହେବେ। ମନ ପ୍ରସନ୍ନ ରହିବ। ଆସ୍ତିକ ମନୋବୃତ୍ତିର ହୋଇପାରନ୍ତି। ମଧୁର ଭାଷୀ ହେବେ। ଥଣ୍ଡା କଫରେ ପୀଡ଼ିତ ହୋଇପାରନ୍ତି। ପ୍ରେମୀ ଓ ସାହସୀ ହେବେ। ଭାତୃପ୍ରେମ ରହିବ।

Leave A Reply