ମହାପ୍ରଭୁଙ୍କ ନୀତିକାନ୍ତି ଶୃଙ୍ଖଳିତ, ବାହାରିବନି ଅବଢ଼ା

0

ପୁରୀ: ମହାପ୍ରଭୁ ଶ୍ରୀଜଗନ୍ନାଥ, ଶ୍ରୀ ବଳଭଦ୍ର ଓ ମା’ ସୁଭଦ୍ରାଙ୍କୁ ଦୁଇ ଦିନ ଧରି ଓପାସରେ ରଖିବା ପରେ ସେବାୟତମାନେ ଶ୍ରୀମନ୍ଦିରରେ ଆଜି ନୀତିକାନ୍ତିରେ ସହଯୋଗ କରିଛନ୍ତି। ପୂର୍ବାହ୍ନ ୧୧ଟା ବେଳେ କୋଠ ଭୋଗ ଉଠିଥିବା ବେଳେ ଅନ୍ୟାନ୍ୟ ନୀତିକାନ୍ତି ଯଥାରୀତି ସମ୍ପନ୍ନ ହୋଇଛି। ମହାପ୍ରଭୁ ଓ ଶ୍ରୀମନ୍ଦିରର ମର୍ଯ୍ୟାଦା ଅକ୍ଷୁର୍ଣ୍ଣ ରଖିବାକୁ ମୁଖ୍ୟପ୍ରଶାସକ ପ୍ରଦୀପ କୁମାର ଜେନା ଅନୁରୋଧ କରିବା ପରେ ଆଜି ସକାଳୁ ନୀତିକାନ୍ତି ଶୃଙ୍ଖଳିତ ହୋଇଛି। କିନ୍ତୁ ଆଜି ମଧ୍ୟ ଭକ୍ତଙ୍କୁ ବରାଦି ଅବଢ଼ା ମିଳିବ ନାହିଁ। ମହାପ୍ରସାଦ ପ୍ରସ୍ତୁତ କରିବାକୁ ମୁଖ୍ୟ ପ୍ରଶାସକ ସୁଆର-ମହାସୁଆର ନିଯୋଗକୁ ନିବେଦନ କରିଥିଲେ। କିନ୍ତୁ ନଷ୍ଟ ହୋଇଥିବା ଅମଣିଆ ଭୋଗର କ୍ଷତିପୂରଣ ଦାବିରେ ନିଯୋଗ ଅଡ଼ି ବସିଥିବାରୁ ଆଜି ମଧ୍ୟ ମହାପ୍ରସାଦ ରନ୍ଧା ହୋଇନାହିଁ।

Leave A Reply