ଶ୍ରୀମନ୍ଦିର ଭିତରକାଠ ନିକଟରେ ଲାଗିବ ସିସିଟିଭି

0

ପୁରୀ: ଭକ୍ତଙ୍କୁ ସେବାୟତଙ୍କ ମାଡ଼ ଘଟଣା ପରେ ଶ୍ରୀମନ୍ଦିରରେ ସିିସିଟିଭି କ୍ୟାମେରା ଲାଗିବ ବୋଲି ମନ୍ଦିର ପ୍ରଶାସନ ନିଷ୍ପତ୍ତି ନେଇଛନ୍ତି। ଭିତରକାଠ ପାଖରେ ଏହି କ୍ୟାମେରା ଲାଗିବ। ଶ୍ରୀଜିଉଙ୍କ ନୀତିକାନ୍ତି ବେଳେ କ୍ୟାମେରାକୁ ବନ୍ଦ ରଖାଯିବ। ଗତ କାଲି ମହାରାଷ୍ଟ୍ରରୁ ଆସିଥିବା ଜଣେ ଭକ୍ତଙ୍କୁ ଦୁଇ ସେବାୟତ ମାଡ଼ ମାରି ଲହୁଲୁହାଣ କରିଥିଲେ। ସେବାୟତମାନେ ଭକ୍ତଙ୍କ ବେକ୍‍ରୁ ସୁନା ଚେନ୍‍ ଛିଣ୍ଡାଇ ନେଇଥିବା ଅଭିଯୋଗ ହୋଇଥିଲା। ଦକ୍ଷିଣାକୁ ନେଇ ବିବାଦ ପରେ ଏଭଳି ଅଘଟଣ ଘଟିଥିବା ଜଣାପଡ଼ିଥିଲା। ସମ୍ପୃକ୍ତ ଦୁଇ ସେବାୟତଙ୍କୁ ମନ୍ଦିର ପ୍ରଶାସନ ବହିଷ୍କାର କରିଛି। ଉକ୍ତ ଘଟଣା ପରେ ସିସିଟିଭି କ୍ୟାମେରା ଲଗାଇବା ପାଇଁ ଦାବି ହେଉଥିଲା।

Leave A Reply