ଶ୍ରୀଲଙ୍କାରେ ଏବେ ନିଶା କାରବାର କଲେ ମୃତ୍ୟୁ ଦଣ୍ଡ

0

କଲମ୍ବୋ: ଶ୍ରୀଲଙ୍କାରେ  ଏବେ ନିଶା କାରବାର କଲେ ଶ୍ରୀଲଙ୍କାରେ ମୃତ୍ୟୁ ଦଣ୍ଡ ମିଳିବ । ଶ୍ରୀଲଙ୍କାର କ୍ୟାବିନେଟ ଏହି ପ୍ରସ୍ତାବକୁ  ମଞ୍ଜୁରୀ ପ୍ରଦାନ କରିଛନ୍ତି । ୧୯୭୬ ମସିହାରୁ ଶ୍ରୀଲଙ୍କରେ ଫାଶୀ ଦଣ୍ଡକୁ ନିଷେଧ କରାଯାଇଥିଲା । ଏହାପରେ  ଅପରାଧୀମାନଙ୍କୁ ଆଜୀବନ ଜେଲ୍‌ରେ ରହିବାକୁ ପଡୁଥିଲା ।

ପ୍ରାୟ ୪୦ ବର୍ଷ ପରେ ଶ୍ରୀଲଙ୍କାରେ ପୁଣି ମୃତ୍ୟୁଦଣ୍ଡ ଲାଗୁ ହେବା ପାଇଁ ଯାଉଛି । ଶ୍ରୀଲଙ୍କାର କ୍ୟାବିନେଟ୍‌ ମନ୍ତ୍ରୀ ଗାମିନୀ ଜୟା ଓ୍ୱିକ୍ରମ ପେରେରା  ଏ ବିଷୟରେ ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ସୂଚନା ଦେଇଛନ୍ତି । ନିଶା କାରବାର ଯୋଗୁଁ ଶ୍ରୀଲଙ୍କାରେ ଅପରାଧ ବୃଦ୍ଧି ପାଉଥିବାରୁ ଏପରି କରିବା ପାଇଁ ସରକାର ବାଧ୍ୟ ହେଲେ ବୋଲି ସେ ପ୍ରକାଶ କରିଛନ୍ତି ।  ଜେଲ୍‌ରେ ଥିବା ଅପରାଧିମାନେ ବି ଜେଲ୍‌ ଭିତରୁ ନିର୍ଦେଶ ଦେଇ ଅନେକ ଅପରାଧ କରୁଛନ୍ତି । ଏପରି  କରିବାକୁ ଦିଆଯିବ ନାହିଁ ବୋଲି ସେ ପ୍ରକାଶ କରିଛନ୍ତି ।

Leave A Reply