ତୀର୍ଥଯାତ୍ରୀଙ୍କ ପ୍ରଥମ ପସନ୍ଦ ପୁରୀ

0

ନୂଆଦିଲ୍ଲୀ: ପର୍ଯ୍ୟଟନ ଓ ତୀର୍ଥସ୍ଥଳମାନଙ୍କ ମଧ୍ୟରେ ଶ୍ରୀକ୍ଷେତ୍ର ପୁରୀ ତୀର୍ଥଯାତ୍ରୀଙ୍କ ପ୍ରଥମ ପସନ୍ଦ। ପୁରୀ ପଛକୁ ବାରାଣସୀ, ତିରୁପତି ଓ ଶିରିଡ଼ି ରହିଛି। ଇକ୍ସିଗୋ ନାମକ ଏକ ପର୍ଯ୍ୟଟନ ପରିଚାଳନା ସଂସ୍ଥାର ସର୍ବେକ୍ଷଣ ଆଧାରରେ ଏହି ସୂଚନା ମିଳିଛି। ସେହିସବୁ ସ୍ଥାନରେ ହୋଟେଲ୍‍ ଓ ଲଜ୍‍ ବୁକିଂ ପରିସଂଖ୍ୟାନ ଆଧାରରେ ରିପୋର୍ଟ ପ୍ରସ୍ତୁତ କରାଯାଇଛି। ପ୍ରତି ମାସରେ ପୁରୀରେ ହୋଟେଲ୍‍ ବୁକିଂ ୬୦% ହାରରେ ବୃଦ୍ଧି ପାଉଥିବା ବେଳେ ବାରାଣସୀରେ ୪୮%, ତିରୁପତିରେ ୩୪% ଓ ଶିରିଡ଼ିରେ ୧୯% ହାରରେ ବୃଦ୍ଧି ପାଉଛି। କେଉଁ ରାଜ୍ୟର କେଉଁ ତୀର୍ଥ ଓ ପର୍ଯ୍ୟଟନ ସ୍ଥଳକୁ କେଉଁ ଟ୍ରେନ୍‍ ଯାଉଛି ତାହାର ଅନୁସନ୍ଧାନ ଆଧାରରେ ପ୍ରସ୍ତୁତ ରିପୋର୍ଟ ଅନୁଯାୟୀ ଉତ୍ତରପ୍ରଦେଶ ସର୍ବାଗ୍ରେ ରହିଛି। ଲକ୍ଷେ୍ନøରେ ସର୍ବେକ୍ଷଣ ହାର ୧୩% ଥିବା ବେଳେ ମୁମ୍ବଇରେ ୭% ଓ ହାଇଦ୍ରାବାଦ୍‍ରେ ୬% ରହିଛି।

Leave A Reply