କାନ କାଟିଲା ଯାଆ

0

ସୋର : ବାଲେଶ୍ୱର ଜିଲା ସୋର ଥାନା ଅର୍ନ୍ତଗତ କେଶରିପୁର ବଗଦା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ବଗଦା ଗ୍ରାମର ପ୍ରିୟଙ୍କାଲତା ମଲ୍ଲିକଙ୍କୁ ତାଙ୍କ ବଡ ଯାଆ କଟୁରିରେ କାନ କାଟିଦେଇଛନ୍ତି। ପ୍ରିୟଙ୍କାଙ୍କ ବଡ ଯାଆ ଗାଁ ଦାଣ୍ଡରେ ଦୌଡିରେ ସାନ ଯାଆର ହାତ ବାନ୍ଧି ଏହି ଅଭାବନୀୟ କାର୍ଯ୍ୟ କରିଛନ୍ତି। ଗୁରୁତର ଅବସ୍ଥାରେ ପ୍ରିୟଙ୍କାଙ୍କୁ ସୋର ଡାକ୍ତରଖାନା ନିଆଯାଇଥିଲା। ଅବସ୍ଥା ସଂକଟାପର୍ଣ୍ଣ ଥିବାରୁ ପ୍ରିୟଙ୍କାଙ୍କୁ କଟକ ବଡ ମେଡିକାଲ ସ୍ଥାନାନ୍ତରଣ କରାଯାଇଛି। ଘରୋଇ କଳହ ଯୋଗୁଁ ଏହା ଘଟିଛି ବୋଲି ଜଣାପଡିଛି।

Leave A Reply