ସ୍ନାଇପର ଆକ୍ରମଣରେ ଯବାନ ସହିଦ

0

ଜାମ୍ମୁ : ପାକିସ୍ତାନ ସ୍ନାଇପରଙ୍କ ଆକ୍ରମଣରେ ସୋମବାର ଭାରତର ଜଣେ ଯବାନ ସହିଦ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ସହିଦ ଯବାନ ଜଣଙ୍କ ହେଉଛନ୍ତି ଲାନ୍ସନାଏକ ଆଣ୍ଟୋନୀ ସେବାସ୍ଥିଆନ ଓ ଆହତ ଯବାନ ଜଣଙ୍କ ହେଉଛନ୍ତି ହାବିଲଦାର ମ୍ୟାରି ମୁଥୁ। ଉଭୟ ଯବାନ ୭୦ ଫିଲ୍ଡ ରେଜିମେଣ୍ଟର ଓ ସେମାନେ ୪ର୍ଥ ଏମଏଲଆଇ ରେଜିମେଣ୍ଟରେ ନିୟୋଜିତ ଥିଲେ। ସ୍ନାଇପର ଆକ୍ରମଣରେ ଉଭୟ ଗୁରୁତର ଆହତ ହେବା ପରେ ସେମାନଙ୍କୁ ଉଦ୍ଦାମପୁରସ୍ଥିତ କମାଣ୍ଡ ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ଆଣ୍ଟୋନୀଙ୍କ ମୃତ୍ୟୁ ହୋଇଥିଲା ବେଳେ ମୁଥୁ ମୃତ୍ୟୁ ସହ ସଂଗ୍ରାମ ଚଳାଇଛନ୍ତି। ଜାମ୍ମୁ-କାଶ୍ମୀରର ପୁଞ୍ଚ ଜିଲା ମାନେ୍ଧର ସେକ୍ଟର ସୋନାୱାଲି ଗଳି ସାକ୍ର ପୋଷ୍ଟ ନିକଟରେ ଏହି ଆକ୍ରମଣ ହୋଇଥିବା ପ୍ରତିରକ୍ଷା ମୁଖପାତ୍ର ଲେପ୍ଟନାଣ୍ଟ କର୍ଣ୍ଣେଲ ଦେବେନ୍ଦ୍ର ଆନନ୍ଦ କହିଛନ୍ତି। ଗତ ୨୪ଘଣ୍ଟା ମଧ୍ୟରେ ପାକିସ୍ତାନ ସ୍ନାଇପରଙ୍କ ଏହା ଦ୍ୱିତୀୟ ଆକ୍ରମଣ। ଶନିବାର ଓ ରବିବାର ଦୁଇଦିନରେ ପାକ୍‍ ସ୍ନାଇପରଙ୍କ ଆକ୍ରମଣରେ ଦୁଇଜଣ ଯବାନ ସହିଦ ହୋଇଥିଲେ।

Leave A Reply