ଧୂମପାନରୁ ବର୍ତ୍ତିବାର ସରଳ ଉପାୟ

0
ଜନସାଧାରଣଙ୍କୁ ଯେତେ ସଚେତନ କରାଇଲେ ମଧ୍ୟ ମାଦକଦ୍ରବ୍ୟ ବିକ୍ରି ହ୍ରାସ ପାଇବା ବଦଳରେ ବରଂ ବଢ଼ିଚାଲିଛି। ବିଦେଶୀ ରାଷ୍ଟ୍ର ବ୍ରିଟେନ୍, ଆମେରିକାରେ ଧୂମପାନ ନେଇ କଡ଼ାକଡ଼ି ନିୟମ ପାଳନ କରାଯାଉଥିବାବେଳେ ଆମ ଭାରତୀୟ ସରକାର ମଧ୍ୟ ସଚେତନତାର ଦୌଡ଼ରେ ସାମିଲ ହୋଇଛି। ଆଜିକାଲି ସିନେମା ହଲ୍‌ରେ ଓ ବିଭିନ୍ନ ପାର୍କିଂ ସ୍ଥାନରେ ଲୋକଙ୍କୁ ଧୂମପାନର ହାନିକାରକ ବାର୍ତ୍ତା ପ୍ରେରଣ କରାଯାଉଛି। ଏସବୁ ସତ୍ତ୍ବେ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନର ସର୍ବେକ୍ଷଣ ଅନୁସାରେ ବାର୍ଷିକ ୭୦ ଲକ୍ଷ ଲୋକ ଧୂମପାନ କାରଣରୁ ରୋଗରେ ଆକ୍ରାନ୍ତ ହୋଇ ପ୍ରାଣ ହରାଉଛନ୍ତି। ବିଶେଷଜ୍ଞଙ୍କ ମତରେ ଧୂମପାନ ଅଭ୍ୟାସ ତ୍ୟାଗ କରିବା ଏତେଟା ସହଜ ନୁହେଁ। ଅବଶ୍ୟ କେତେକ ବିଶେଷ ଦିଗ ପ୍ରତି ଧ୍ୟାନ ଦେଲେ ହିଁ ଏହି ବଦଭ୍ୟାସରୁ ମୁକୁଳି ହେବ।
-ନ୍ୟୁଜିଲାଣ୍ଡ ଗବେଷକଦଳ ୧୫ହଜାର ଲୋକଙ୍କୁ ନେଇ ଏକ ଗବେଷଣା କରିଥିଲେ। ସେମାନଙ୍କ ଖାଦ୍ୟପାନୀୟକୁ ତଦାରଖ କରାଯିବା ପରେ ୪୫%ଲୋକଙ୍କର ଧୂମପାନ ଅଭ୍ୟାସ ସମ୍ପୂର୍ଣ୍ଣ ଭାବେ ବନ୍ଦ ହୋଇଥିଲା।
-ନିୟମିତ ଭାବେ ଏହି ବର୍ଗର ଲୋକଙ୍କୁ ସ୍ନାକ୍ସ ଦିଆଗଲା। ଲୁଣିଜାତୀୟ ବିଭିନ୍ନ ପ୍ରକାରର ସ୍ନାକ୍ସର ଲୋଭରେ ଏମାନେ ଧୂମପାନ କରିବାକୁ ଅଣଦେଖା କରିଥିଲେ। ପରୀକ୍ଷାରୁ ଜଣାପଡ଼ିଛି ଯେ ଲୁଣି ଖାଦ୍ୟ ଖାଇଲେ ନିକୋଟିନ୍ ଓ ତମାଖୁ ଖାଇବା ନିମନ୍ତେ ଆଗ୍ରହ ଆସେନାହିଁ। ତେବେ ଧୂମପାନରୁ ଦୂରେଇବା ପରେ ଲୁଣି ସ୍ନାକ୍ସ ଖାଇବାରୁ ମଧ୍ୟ ବର୍ତ୍ତିବା ଉଚିତ। ନଚେତ୍ ଏହା ଦ୍ବାରା ଅନ୍ୟ ରୋଗ ହେବାର ଆଶଙ୍କା ବଢ଼ିଥାଏ।
-ଅନ୍ୟ ଏକ ସରଳ ଉପାୟ ହେଉଛି ଚୁଇଙ୍ଗମ୍ ଖାଇବା। ଏହାକୁ ଚୋବାଇଲେ ଆମ ପାଟି ଓ ମସ୍ତିଷ୍କ ଉଭୟ ବ୍ୟସ୍ତ ରହେ। ଏଣୁ ଧୂମପାନକୁ ଅଣଦେଖା କରାଯାଏ।
-ସିଗାରେଟ୍ ପ୍ରତି ମାତ୍ରାଧିକ ଦୁର୍ବଳତା ଥିବା ଲୋକେ ଡାର୍କ ଚକୋଲେଟ୍ ଖାଇଲେ ମଧ୍ୟ ଲାଭ ମିଳେ।
-ଚୀନ୍‌‌ରେ ଦେଖାଯାଉଥିବା ଏକ ପ୍ରକାର ଗୁଳ୍ମ ଜିନସେଙ୍ଗ ମଧ୍ୟ ଧୂମପାନ ହ୍ରାସ କରାଇବାରେ ଖୁବ୍ ସହାୟକ। ଏହାର ଉପଯୋଗରେ ମଧ୍ୟ ଲାଭ ମିଳିଥିବାର ବିଶେଷଜ୍ଞଙ୍କ ମତ।
Leave A Reply