ଏମାନଙ୍କ ପ୍ରୟାସକୁ ସମ୍ମାନ, ଭାଗ-୨

0

ଏସିଡ୍‌ ଆକ୍ରମଣର ଶିକାର ହୋଇଥିବା ପ୍ରମୋଦିନୀଙ୍କ ପାଇଁ ଶୁଭଶ୍ରୀ ଦାସ କୌଣସି ମହାପୁରୁଷଙ୍କ ଠାରୁ କମ୍‌ ନୁହନ୍ତି ।ସେ କେବଳ ଆଇନର ଆଶ୍ରୟ ନେଇ ପୁଲିସ ବନ୍ଦ କରିଦେଇଥିବା ଏକ ଅତି ସମ୍ବେଦନଶୀଳ ମାମଲରେ ଏସିଡ୍‌ ଆକ୍ରମଣକାରୀ ଦୁର୍ବୃତ୍ତକୁ  ଜେଲର ଚାରି କାନ୍ଥ ଭିତରେ ବନ୍ଦ କରିଥିଲେ ତା ନୁହେଁ । ରାଣୀ ନାମରେ ପରିଚିତ ପ୍ରମୋଦିନୀଙ୍କୁ ତାଙ୍କ ରାଜା ସରୋଜଙ୍କ ସହ ଦେଖା କରାଇବାରେ ସହାୟକ ହୋଇଥିଲେ । ଏବେ ଏହି ଦୁଇଜଣଙ୍କର ନିର୍ବନ୍ଧ  ବେଶ୍‌ ଧୁମ୍‌ଧାମରେ ଲକ୍ଷ୍ମୌରେ ହୋଇଛି । ଏସିଡ୍ ଆକ୍ରମଣ ଶିକାର ହୋଇଥିବା ପୀଡିତାଙ୍କ ପାଇଁ ଏହାଠାରୁ ମହତ୍‌ କାମ ଆଉ କଅଣ ହୋଇପାରେ ।

ଏସିଡ୍‌ ପୀଡିତାଙ୍କ ପାଇଁ ବିଶେଷ ଭାବେ ତିଆରି କରାଯାଥିବା  ସେରୋଶ୍‌ ରେଷ୍ଟୁରାଣ୍ଟରେ  ପ୍ରେମଦିବସ ବା ଭାଲେଣ୍ଟାଇନ ଡେରେ ଏକ ନୂଆ ଖୁସୀର ଲହରୀ ଖେଳିଯାଇଥିଲା । ପ୍ରମୋଦୀନଙ୍କର  ଏହି ଦିନ ସରୋଜଙ୍କ ସହ ନିର୍ବନ୍ଧ ହୋଇଥିଲା । ଏହାର ଏକ ବଡ ଶ୍ରେୟ  ସମାଜସେବୀ  ଶୁଭଶ୍ରୀ ଦାସଙ୍କର । ଓଡିଶାରେ ଅନେକ ଏସିଡ୍‌ ଆକ୍ରମଣ  ହେଉଛି । ଭୁବନେଶ୍ୱରରେ ବି ଏପରି ଏକ ରେଷ୍ଟୁରାଣ୍ଟ ଖୋଲିବାର ଆବଶ୍ୟକତା ଅଛି ବୋଲି ଶୁଭଶ୍ରୀ କହିଛନ୍ତି । ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ଏହି ରେଷ୍ଟୁରାଣ୍ଟ ତିଆରି କରିଥିଲେ ।

ପ୍ରମୋଦିନୀଙ୍କ କାହଣୀ ଏହିପରି ୨୦୦୯ ମସିହା, ଜଗତସିଂପୁରରେ ଏକ ଅମାନବୀୟ ଘଟଣା ସମସ୍ତଙ୍କ ହୃଦୟ ଥରାଇ ଦେଇଥିଲା । ଏକତରଫା ପ୍ରେମ ପାଇଁ  ଅର୍ଦ୍ଧସାମରିକ ବାହିନୀରେ ଚାକିରି କରୁଥିବା ଜଣେ କର୍ମଚାରୀ କଲେଜ ପଢୁଆ ଜଣେ ଝିଅ ଉପରେ ଏସିଡ୍‌ ପକାଇଦେଇଥିଲେ । ଏହାପରେ ଜୀବନ ସହ ସଂଗ୍ରାମ କରି ବଞ୍ଚିଯାଇଥିଲେ ଏହି ପୀଡିତା ପ୍ରମୋଦିନୀ । ପୁଲିସରେ ଅଭିଯୋଗ  ହୋଇଥିଲା , ତଦନ୍ତ ବି ହୋଇଥିଲା ହେଲେ ଅଭିଯୁକ୍ତ ଗିରଫ ହୋଇ ନଥିଲେ  । ଏପରିକି ପୁଲିସ ଏହି ମାମଲାର ଫାଇଲ ବନ୍ଦ କରି  ଦେଇଥିଲେ । ୧୮-୦୪-୨୦୦୯ରେ ପ୍ରମୋଦିନୀ ରାଉଳ ନିଜ ମାଉସୀପୁଅ ଭାଇ ସହ ତିର୍ତୋଲ କନକପୁରରେ ଆସୁଥିବା ବେଳେ ସେଠାରେ ଥିବା ଟୋଲିଫୋନ ଏକ୍ସଚେଞ୍ଜ ନିକଟରେ ଅର୍ଦ୍ଧସାମରିକ ବାହିନୀରେ କାମ କରୁଥିବା ସନ୍ତୋଷ କୁମାର ବେଦାନ୍ତ ହଠାତ ତାଙ୍କ ଉପରେ ଏସିଡ ଢାଳି ଦେଇଥିଲା । ଏହି  ସମୟରେ ଅଭିଯୁକ୍ତଙ୍କ ସହ ବିଶ୍ୱଜିତ ଦଳସିଂ ରାୟ ଯୁବକ ଥିଲା । ପ୍ରମୋଦିନୀ ଯନ୍ତ୍ରଣାରେ ଛଟପଟ ହେଉଥିବା ସମୟରେ ଅଭିଯୁକ୍ତ ସନ୍ତୋଷ କୁମାର ବେଦାନ୍ତ ଘଟଣାସ୍ଥଳରୁ ଏକ ମଟର ସାଇକେଲରେ ଫେରାରେ ହୋଇଯାଇଥିଲା । ଗୁରୁତର ଆହତ ପ୍ରମୋଦିନୀଙ୍କୁ ପ୍ରଥମେ ଜଗତସିଂହପୁର ଡାକ୍ତରଖାନା ପରେ କଟକ ଏସିବି ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ଜୀବନ ସଂଗ୍ରାମରେ ଜିତିଯାଇଥିଲେ ପ୍ରମୋଦିନୀ । ହେଲେ ନିଜର ସୁନ୍ଦର ଚେହେରା ସହ ଦୃଷ୍ଟି ଶକ୍ତିକୁ ହରାଇ ବସିଛନ୍ତି ।  ଅଭିଯୁକ୍ତର କ୍ୟାମ୍ପ, ପ୍ରମୋଦିନୀଙ୍କ କଲେଜ ନିକଟରେ ପଡିଥିଲା । ସେ ତାଙ୍କୁ ଦେଖି ଏକତରଫା ପ୍ରେମ କରିଥିଲା । ପ୍ରେମ ନିବେଦନ କରିଥିଲେ ବି ପ୍ରମୋଦିନୀ ମନା କରିଦେଇଥିଲେ । ଏହାପରେ ଅଭିଯୁକ୍ତ ସନ୍ତୋଷ ପ୍ରମୋଦିନୀଙ୍କ ଉପରେ ଏସିଡ ଢାଳି ଦେଇଥିଲେ । ପରେ ଅଦାଲତଙ୍କ ନିର୍ଦେଶ କ୍ରମେ ପୁଣି ଏହି ମାମଲାର ତଦନ୍ତ କରିଥିଲା ପୁଲିସ ।

ଏସିଡ୍‌ ଆକ୍ରମଣରେ ପ୍ରମୋଦିନୀଙ୍କର ଆଖି ସହ ମୁହଁ ଓ ଶରୀରର ବିଭିନ୍ନ ଅଂଶ ନଷ୍ଟ ହୋଇଯାଇଥିଲା । ସରୋଜ ୨୦୧୪ ଏପ୍ରିଲ ୮ ତାରିଖରେ ପ୍ରମୋଦିନୀଙ୍କୁ ଭେଟିଥିଲେ । ଏହାପରେ ପ୍ରମୋଦିନୀ ନ୍ୟାୟ ପାଇବା ପାଇଁ ତାଙ୍କ ସଂଗ୍ରାମରେ  ସରୋଜ ବାବୁ ସାମିଲ ହୋଇଥିଲା । ସେ ସମାଜସେବୀ ଶୁଭଶ୍ରୀ ଦାସଙ୍କ ସହ ସାକ୍ଷାତ କରିଥିଲେ । ଏହାପରେ ପ୍ରମୋଦିନୀଙ୍କୁ ନ୍ୟାୟ ଦେବା ପାଇଁ ସଂଗ୍ରାମ ଆରମ୍ଭ ହୋଇଥିଲା । ସରୋଜ ଏହାପରେ ପ୍ରମୋଦିନୀଙ୍କୁ ସାହାଯ୍ୟ କରିବା ଛାଡି ନ ଥିଲେ । ୨୦୧୬ ମସିହା ଜାନୁଆରି ୧୪ ତାରିଖରେ ସରୋଜ ପ୍ରମୋଦିନୀଙ୍କୁ  ପ୍ରେମ ନିବେଦନ କରିଥିଲେ । ସେ ସମୟରେ ପ୍ରମୋଦିନୀ ଠିକରେ ନିତି ଦିନିଆ କାମ କରିପାରୁ ନ ଥିବାରୁ କିପରି ସରୋଜଙ୍କ ପତ୍ନୀ ହେବେ ବୋଲି ପ୍ରଶ୍ନ କରିଥିଲେ । ମାତ୍ର ପ୍ରମୋଦିନୀଙ୍କୁ ନିଜର ଜୀବନ ସାଥୀ କରିବାକୁ ଠିକ୍‌ କରିଥିବାରୁ ସରୋଜ ହାର ମାନି ନ ଥିଲେ । ଏହାପରେ ପ୍ରମୋଦିନୀ ରାଜି ହୋଇଥିଲେ । ମାତ୍ର ପ୍ରଥମେ ପରିବାର ଲୋକ ସରୋଜଙ୍କ ଏହି ନିଷ୍ପତ୍ତିକୁ ବିରୋଧ କରିଥିଲେ । ନିଜର ଉଭଣୀ କିମ୍ବା ନିଜ ଲୋକଙ୍କ ସହ ଏପରି ହୋଇଥିଲେ କଅଣ ଏପରି କରିଥାଆନ୍ତେ  ପ୍ରଶ୍ନ କରିଥିଲେ । ଏହାପରେ ପରିବାର ଲୋକ ସରୋଜଙ୍କ କଥାକୁ ହୃଦୟଙ୍ଗମ କରିଥିଲେ ।

ଫେବ୍ରୁଆରୀକୁ ୧୪ ସାରା ବିଶ୍ୱରେ ପ୍ରେମ ଦିବସ ଭାବେ ପାଳନ କରାଯାଏ ଥାଏ । ଏହି ଦିବସକୁ ସ୍ୱତନ୍ତ୍ର ଭାବରେ ପାଳନ କରିଥିଲେ କଟକର ସରୋଜ ସାହୁ । ଏସିଡ୍‌ ଆକ୍ରମଣ ଶିକାର ହୋଇଥିବା ପୀଡିତା ପ୍ରମୋଦିନ ରାଉଳଙ୍କୁ ନିଜର ଜୀବନ ସାଥୀ ଭାବେ ବାଛିବା ସହ ପ୍ରେମ ଦିବସରେ ନିର୍ବନ୍ଧ କରିଥିଲେ  । ଲକ୍ଷ୍ମୌର ସେରୋସ୍‌ ହ୍ୟାଙ୍ଗ ଆଉଟ କାଫେରେ ଏହି ନିର୍ବନ୍ଧ ଉତ୍ସବ ପାଳିତ ହୋଇଥିଲା । ସମାଜସେବୀ ଶୁଭଶ୍ରୀ ଦାସ ବି ଏଥିରେ ସାମିଲ ହୋଇଥିଲେ ।  ପ୍ରମୋଦିନୀ ଓ ସରୋଜଙ୍କ ପରିବାର ଲୋକଙ୍କ ସହ ଉତ୍ତର ପ୍ରଦେଶର ଅନେକ ଗଣ୍ୟମାନ୍ୟ ଓ  ଶୁଭେଚ୍ଛୁ ଏହି ଉତ୍ସବରେ ସାମିଲ ହୋଇଥିଲେ । ଉତ୍ତର ପ୍ରଦେଶ ମହିଳା  ଓ  ଶିଶୁ  ବିକାଶ ମନ୍ତ୍ରୀ  ସ୍ୱାତୀ ସିଂ  ବି ସାମିଲ ହୋଇଥିଲେ  । ଏହି ଉତ୍ସବରେ ଏକ ବଡ ଭୂମିକା ଶୁଭଶ୍ରୀ ଦାସ ଗ୍ରହଣ କରିଥିଲେ ।

 

Leave A Reply