ସାବଧାନ! ଏହିସବୁ ଜିନିଷ ହାତରୁ ପଡ଼ିବା ହୋଇଥାଏ ବହୁତ ଅଶୁଭ

0

ସାଧାରଣତଃ ଅନେକ ସମୟରେ ଆମ ହାତରୁ କିଛି ଜିନିଷ ପଡ଼ିଯାଏ। ହେଲେ ଏହାକୁ ନେଇ ଆମେ ବିଶେଷ କିଛି ଭାବି ନଥାଉ ଓ ଏହା ଏକ ସାଧାରଣ କଥା ମନେକରିଥାଉ। ମାତ୍ର ବାସ୍ତୁଶାସ୍ତ୍ର ଅନୁସାରେ, ଏପରି କିଛି ଜିନିଷ ରହିଛି ଯାହା ହାତରୁ ପଡ଼ିବା ଅଶୁଭ ବୋଲି ଧରାଯାଇଥାଏ। ଏହା ଭବିଷ୍ୟତରେ ଆସିବାକୁ ଥିବା କିଛି ଅସୁବିଧା ବା ବିପଦର ସଙ୍କେତ ହୋଇଥାଏ। ତେବେ ଚାଲନ୍ତୁ ଜାଣିବା କେଉଁସବୁ ଜିନିଷ ହାତରୁ ପଡ଼ିବା ଅଶୁଭ ହୋଇଥାଏ –

-କ୍ଷୀର ଫୁଟିବା ସମୟରେ ଉତୁରି ପଡ଼ିବା ଯେପରି ଏକ ଅଶୁଭ ସଙ୍କେତ ଠିକ୍ ସେହିପରି ଯଦି ହାତରୁ କ୍ଷୀର ପଡ଼ିଯାଏ ତେବେ ଏହା ବହୁତ ଅଶୁଭ ହୋଇଥାଏ। ବିଶ୍ବାସ ରହିଛି ଯେ ଯଦି ଆମ ହାତରୁ କ୍ଷୀର ପଡ଼ିଯାଏ ତେବେ ଭବିଷ୍ୟତରେ ପରିବାର ସଦସ୍ୟଙ୍କ ମଧ୍ୟରେ ମାନସିକ ଅଶାନ୍ତି ଦେଖାଦେଇଥାଏ। ଏଥିସହିତ ଆର୍ଥିକ ସଙ୍କଟ ମଧ୍ୟ ଉପୁଜିଥାଏ।

-ସେହିପରି ହାତରୁ ଲୁଣ ପଡ଼ିବା ମଧ୍ୟ ଆର୍ଥିକ ସଙ୍କଟର ସଙ୍କେତ ହୋଇଥାଏ। ଯଦି ଆପଣଙ୍କ ହାତରୁ କେବେ ଲୁଣ ପଡ଼ିଯାଏ ତେବେ ନିକଟ ଭବିଷ୍ୟତରେ ଆପଣଙ୍କୁ ଆର୍ଥିକ ସଙ୍କଟର ସମ୍ମୁଖୀନ ହେବାକୁ ପଡ଼ିପାରେ।

-ଗୋଲମରିଚ ହାତରୁ ପଡ଼ିବା ମଧ୍ୟ ଏକ ଅଶୁଭ ସଙ୍କେତ ହୋଇଥାଏ। ଏହା ହାତରୁ ପଡ଼ିଲେ କାହା ସହ ସମ୍ପର୍କ ଖରାପ ହୋଇପାରେ କିମ୍ବା ଆପଣ କାହା ସହ ଝଗଡ଼ା କରିପାରନ୍ତି।

-ଏହା ବ୍ୟତୀତ ହାତରୁ ଅନ୍ନ ଅର୍ଥାତ୍ ଚାଉଳ,ଗହମ ଆଦି ଦାନା ପଡ଼ିଗଲେ, ଏହାକୁ ମାଆ ଅନ୍ନପୂର୍ଣ୍ଣାଙ୍କ ଅପମାନ ହେବା ବୋଲି କୁହାଯାଇଥାଏ। ଏହା ଦ୍ବାରା ଆର୍ଥିକ ସଙ୍କଟ ଭଳି ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ।

Leave A Reply