ବିଜେପି ନୃଶଂସ ହତ୍ୟାକାରୀ ଓ ଯୋଗୀ ଭଣ୍ଡ : ଶିବସେନା

0

ମୁମ୍ବଇ : ପାଲଘର ଲୋକସଭା ଉପନିର୍ବାଚନକୁ ନେଇ ମହାରାଷ୍ଟ୍ରରେ ବିଜେପି ଏବଂ ଶିବସେନା ମଧ୍ୟରେ ବାକ୍‍ଯୁଦ୍ଧ ଆରମ୍ଭ ହୋଇଯାଇଛି। ପ୍ରଥମେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ପଡ଼ନାଭିସ୍‍ ଶିବସେନାକୁ ଧୋକାବାଜ୍‍ କହିଥିଲେ। ଏହାର ପ୍ରତିଜବାବରେ ଶିବସେନା ବିଜେପିକୁ ନୃଶଂସ ହତ୍ୟାକାରୀ ଓ ଯୋଗୀ ଆଦିତ୍ୟନାଥଙ୍କୁ ଭଣ୍ଡ ବୋଲି କହିଛି। ଶିବସେନା ଦଳୀୟ ମୁଖପତ୍ର ‘ସାମନା’ରେ ଛୁରୀ, ବିଶ୍ୱାସଘାତ ଏବଂ ଯୋଗୀ ଚପଲ ଶୀର୍ଷକ ଏକ ସମ୍ପାଦକୀୟ ପ୍ରକାଶ ପାଇଛି। ଏଥିରେ ଲେଖାଯାଇଛି ଯେ ଉତ୍ତରପ୍ରଦେଶ ଭଣ୍ଡଯୋଗୀ ଆଦିତ୍ୟନାଥ ପାଲଘର ଲୋକସଭା ଉପନିର୍ବାଚନରେ ରାଲିକୁ କରିବାକୁ ଆସିଥିଲେ। ସେ ନିଜ ଭାଷଣରେ ଶିବସେନା ବିଜେପି ପିଠିରେ ଛୁରି ଭୁଶୁଥିବା କହିଥିଲେ। ତାଙ୍କ ଭାଷଣ ବ୍ୟକ୍ତ କରୁଛି ଯେ ସେ ଛତ୍ରପତି ଶିବାଜୀଙ୍କ ଇତିହାସ ବୁଝିପାରିନାହାନ୍ତି। ସେ ଆମକୁ ଛତ୍ରପତି ଶିବାଜୀଙ୍କ ପାଠ ପଢାଉଛନ୍ତି। ହେଲେ ଶିବସେନାଙ୍କ ପୂତିମୂର୍ତ୍ତିରେ ମାଲ୍ୟାର୍ପଣ ବେଳେ ନିଜ କଠଉ ବା ଚପଲ ଖୋଲିନଥିଲେ। ଏହା ମହାରାଷ୍ଟ୍ରର ଅପମାନ। ଯୋଗୀଙ୍କ ପୂର୍ବରୁ ପଡ଼ନାଭିସ୍‍ କହିଥିଲେ ଯେ ଶିବସେନା ପାଲଘର ଲୋକସଭା ଉପନିର୍ବାଚନରେ ସ୍ୱର୍ଗତ ସାଂସଦ ଚିତାମନ ୱନଗାଙ୍କ ପୁଅକୁ ପ୍ରାର୍ଥୀ କରି ବିଜେପିକୁ ଧୋକା ଦେଇଛି। ଏହାର ଜବାବରେ କଂଗ୍ରେସର ପୂର୍ବତନ ମନ୍ତ୍ରୀ ରାଜେନ୍ଦ୍ରଙ୍କୁ ପ୍ରାର୍ଥୀ କରି ବିଜେପି କେଉଁ ଭଲକାର୍ଯ୍ୟ କରିଛି ତାହା କହୁ ବୋଲି ଶିବସେନା ପ୍ରଶ୍ନ କରିଛି। ଶିବସେନାର ପୂର୍ବତନ ଅଧ୍ୟକ୍ଷ ବାଲ ଠାକରେଙ୍କ ପଛରେ ଛୁରି ଭୁଶୁଥିବା ଲୋକଙ୍କୁ ବିଜେପି ପ୍ରାର୍ଥୀ କରିଛି। ଏବେ ଶିବସେନା ସବୁ ନିର୍ବାଚନ ଏକାକୀ ଲଢିବାକୁ ନିଷ୍ପତ୍ତି ନେଇଛି ବୋଲି ଏଥିରେ ପ୍ରକାଶ ପାଇଛି। ଉଲ୍ଲେଖ ଯେ ପାଲଘର ଉପନିର୍ବାଚନୀ ପ୍ରଚାର ସଭାରେ ଯୋଗୀ ଆଦିତ୍ୟନାଥ ନିଜ ଅଭିଭାଷଣରେ ଶିବସେନା ଉପରେ ବର୍ଷିଥିଲେ। ଏହାର ବହୁ ପୂର୍ବରୁ ଶିବସେନା ମୋଦିଙ୍କୁ ସମାଲୋଚନା କରିଆସୁଛି।

Leave A Reply