ଧରାପଡ଼ିଲେ ବିଦେଶିନୀ, ୭ଗ୍ରାହକ

0

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ ଧରାପଡିଛି ହାଇପ୍ରୋଫାଇଲ ସେକ୍ସ-ର୍ୟାକେଟ। ଏହି କାରବାରରେ ୮ ବିଦେଶିନୀଙ୍କୁ କମିଶନରେଟ ପୁଲିସ ଧରିବା ସହ ସମ୍ପୃକ୍ତ ୭ଗ୍ରାହକଙ୍କୁ ଗିରଫ କରିଛି। ଦେହ ବ୍ୟବସାୟରେ ସମ୍ପୃକ୍ତ ଦୁଇ ଯୁବତୀଙ୍କୁ ଗତକାଲି ଏକ ଭଡ଼ାଘରୁ ପୁଲିସ ଉଦ୍ଧାର କରିବା ସହ ୪ଗ୍ରାହକଙ୍କୁ ଗିରଫ କରିଥିଲା। ତେବେ ସେମାନଙ୍କ ମଧ୍ୟରେ ମୁମ୍ବାଇ ଅଞ୍ଚଳର ଜଣେ ଯୁବତୀ ଥିବା ବେଳେ ଶନିବାର ଚଢଉରେ ଥାଇଲାଣ୍ଡର ୮ଯୁବତୀଙ୍କୁ ଏକ ସ୍ପା’ରୁ ଉଦ୍ଧାର କରାଯିବା ଘଟଣା ସମଗ୍ର ରାଜଧାନୀରେ ଚର୍ଚ୍ଚାର ବିଷୟ ହୋଇଛି ।
ପ୍ରକାଶ ଯେ ବାପୁଜୀନଗର ଭଳି ରାଜଧାନୀର ବ୍ୟସ୍ତବହୂଳ ଅଞ୍ଚଳରେ ଏଭଳି କାରବାର ଚାଲିଥିବା ସୁରାକ୍‍ ପାଇବା ପରେ କମିଶନରେଟ ପୁଲିସ କଠୋର ପଦକ୍ଷେପ ଗ୍ରହଣ କରିଛି। କ୍ୟାପିଟାଲ ଥାନା ପୁଲିସ ଉକ୍ତ ଅଞ୍ଚଳରେ ଚାଲିଥିବା ‘ଏଚ୍‍ଟୁଓ ସ୍ପା’ ଉପରେ ଆଜି ଅଚାନକ ଚଢଉ କରିବା ପରେ ବିଦେଶିନୀଙ୍କୁ ନେଇ ଚାଲିଥିବା ଦେହ ବ୍ୟବସାୟର ପର୍ଦାଫାସ ହୋଇଛି। ପୁଲିସ ଉକ୍ତ ସ୍ପା’ର ମାଲିକଙ୍କ ସମେତ ୭ଜଣଙ୍କୁ ଥାନାରେ ଅଟକାଇ ପଚରାଉଚରା ଚଳାଇଛି। ସମ୍ପୃକ୍ତ ବିଦେଶିନୀ ଟୁରିଷ୍ଟ ଭିସାରେ ଆସି ଏଠାରେ ଅନୈତିକ କାରବାରେ ଲିପ୍ତ ଥିଲେ ବୋଲି ପୁଲିସ ପ୍ରାଥମିକ ଅନୁସନ୍ଧାନରୁ ଜାଣିବାକୁ ପାଇଛି। ବିଶେଷକରି ଭୁବନେଶ୍ୱରରେ ଚାଲିଥିବା ପାର୍ଲର,ସ୍ପା ଓ ମସାଜ ସେଣ୍ଟରଗୁଡ଼ିକରେ ଥାଇଲାଣ୍ଡରୁ ଯୁବତୀମାନଙ୍କୁ ଅଣାଯାଇ କାର୍ଯ୍ୟରେ ନିୟୋଜିତ କରାଯାଇଥାଏ। ସେମାନେ କେଉଁ ପରିସ୍ଥିତିରେ ଓ କେଉଁ ଆଧାରରେ ମସାଜ ପାର୍ଲର ଓ ସ୍ପା’ରେ କାମ କରୁଛନ୍ତି ସେ ସମ୍ପର୍କରେ ପୁଲିସ ପାଖରେ କୌଣସି ନିର୍ଦିଷ୍ଟ ତଥ୍ୟ ନାହିଁ। ତା’ଛଡା ଏହି ବ୍ୟବସାୟ ପାଇଁ ପ୍ରଶାସନ ମଧ୍ୟ କୌଣସି ରେଗୁଲେସନ ପ୍ରଣୟନ କରିନାହିଁ। ଯାହାଫଳରେ କେତେକ ବ୍ୟବସାୟ ଭିସା ଓ ଟୁରିଷ୍ଟ ଭିସାର ଦୁରୁପଯୋଗ କରୁଛନ୍ତି ବୋଲି ଅଭିଯୋଗ ହୋଇଛି। ଆଗାମୀ ଦିନରେ ଏଭଳି ଅନୈତିକ କାରବାର ରୋକାଯିବାକୁ ଯଥେଷ୍ଟ ପଦକ୍ଷେପ ନିଆଯିବ ବୋଲି ପୁଲିସ କମିଶନର ୱାଇ.ବି. ଖୁରାନିଆ କହିଛନ୍ତି।

Leave A Reply