ଭଦ୍ରକରେ କଂଗ୍ରେସର ‘ପ୍ରଜାତନ୍ତ୍ର ବଞ୍ଚାଅ ଦିବସ’ ପାଳନ

0

ଭଦ୍ରକ: କର୍ଣ୍ଣାଟକରେ ରାଜନୀତି କନ୍ଦଳକୁ ନେଇ ଭଦ୍ରକ ଜିଲପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଜିଲା କଂଗ୍ରେସ କମିଟି ପକ୍ଷରୁ ଧାରଣା ଦିଆଯାଇଛି । କଂଗ୍ରେସ ହାଇ-କମାଣ୍ଡୋଙ୍କ ନିର୍ଦେଶ କ୍ରମେ ଏହି ଧାରଣା ଦିଆଯାଇଛି ବୋଳଇ ଜିଲା କିମିଟି ପକ୍ଷରୁ କୁହାଯାଇଛି । ସୂଚନାଯୋଗ୍ୟ, କର୍ଣ୍ଣାଟକରେ କଂଗ୍ରେସ ଓ ଜେଡିଏସ୍ ମେଣ୍ଟକୁ ବହୁ ମତ ମଳିଥିଲେ ମଧ୍ୟ ଏକକ ସଂଖ୍ୟା ଗରିଷ୍ଠ ଦଳ ଭାବେ ବିଜେପିକୁ ସରକାର ଗଠନ ପାଇଁ କର୍ଣ୍ଣାଟକ ରାଜ୍ୟପାଳ ଆମନ୍ତ୍ରଣ କରିଥିଲେ । ଏହାକୁ ଅଗଣତାନ୍ତ୍ରିକ ବୋଲି କଂଗ୍ରେସ କହିଛି । ଗୋଆ, ମେଘାଳୟ ଓ ମଣିପୁରରେ କଂଗ୍ରେସ ଏକକ ସଂଖ୍ୟାଗରିଷ୍ଠ ଦଳ ଭାବେ ଉଭା ହୋଇଥିଲେ ମଧ୍ୟ ସେଠାରେ କଂଗ୍ରେସ ବଦଳରେ ବିଜେପି ମେଣ୍ଟକୁ ସରକାର ଗଢିବା ପାଇଁ ସୁଯୋଗ ଦିଆଯାଇଥିଲା । କିନ୍ତୁ କର୍ଣ୍ଣାଟକ କ୍ଷେତ୍ରରେ ଏହାର ବ୍ୟବତିକ୍ରମ ହୋଇଥିବାରୁ କଂଗ୍ରେସ ଆଜି ଦେଶବ୍ୟାପି ପ୍ରଜାତନ୍ତ୍ର ବଞ୍ଚାଅ ଦିବସ ପାଳନ କରୁଛି । ଏହି ଅବସରରେ କଂଗ୍ରେସ ପକ୍ଷରୁ ଏକ ସ୍ମାରକପତ୍ର ଜିଳାପାଳଙ୍କୁ ପ୍ରଦାନ କରାଯାଇଛି ।

Leave A Reply