ସାଉଦି ଆରବର ବାର୍ଷିକ କଳା ସଂସ୍କୃତି ମହୋତ୍ସବରେ ଓଡିଆ ମଞ୍ଚ

0

ରିୟାଦ:  ପ୍ରତିବର୍ଷ ସାଉଦି ଆରବରେ ବାର୍ଷିକ କଳା ଓ ସାଂସ୍କୃତିକ ମହୋତ୍ସବ ପାଳନ କରାଯାଇଥାଏ ।  ଚଳିତ ବର୍ଷ ସାଉଦି ଆରବର  ରାଜା ମହମ୍ମଦ ବିନ ସୁଲେମାନେ ଓ ଭାରତର ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ଏହାର ଉଦ୍‌ଘାଟନ କରିଥିଲେ ।  ଏହି ଉତ୍ସବରେ ଭାରତର କଳା ସଂସ୍କୃତିକୁ ପ୍ରଦର୍ଶନ କରାଯାଇଥିଲା । ଭାରତୀୟ ଦୂତାବାସ ପକ୍ଷରୁ ରିୟାଦରେ ଥିବା ଓଡିଆ ସଂଗଠନ ରିୟାଦ ଓଡିଶା ସାମାଜିକ ତଥା ସାଂସ୍କୃତିକ ସଂଗଠନକୁ  ଓଡିଶାର କଳା ସଂସ୍କୃତି ପ୍ରଦର୍ଶନ ପାଇଁ ଆମନ୍ତ୍ରଣ କରିଥିଲେ ।

ଏଥିରେ ରିୟାଦ ଓଡିଆ ସମାଜ ପକ୍ଷରୁ ବିଶ୍ୱ ପ୍ରସିଦ୍ଧ ସମ୍ବଲପୁରୀ ଶାଢୀ, ପିପିଲି ଚାନ୍ଦୁଆ, କଟକର ତାରକସି କାମ, ପୁରୀ ରଘୁରାଜପୁରର ପଟ୍ଟ ଚିତ୍ର, ପୁରୀର କତାରେ ତିଆରି କଣ୍ଡେଇ ସହ ବିଭନ୍ନ ପାରମ୍ପରିକ ଚିତ୍ର କଳା ପ୍ରଦର୍ଶନ କରାଯାଇଥିଲା ।ଓଡିଆ ମଞ୍ଚକୁ ଭାରତୀୟ ରାଷ୍ଟ୍ରଦୂତ ଅହମଦ ଜାଭେଦ ଉଦ୍‌ଘାଟନ କରିଥିଲେ।  ଓଡିଆ ମଞ୍ଚରେ ଅତିଥି ସହ ସାଉଦି ଦର୍ଶକମାନଙ୍କୁ ଛେନା ପୋଡ ପରଷା ଯାଇଥିଲା ।

ରିୟାଦ ଓଡିଶା ସାମାଜିକ ତଥା ସାଂସ୍କୃତିକ ସଂଗଠନର ଅଧ୍ୟକ୍ଷ ଦେବାଶିଷ ରାଉତ, ବିବେକ ସିଲା, ରାଜକୀ ବକିଲ ଓ ପ୍ରବୀର ଦାସ  ପ୍ରମୁଖ ଏଥିପାଇଁ ବିଶେଷ ଉଦ୍ୟମ କରିଥିଲେ ।

Leave A Reply