ଶନିବାର ରାଶିଫଳ

0

ମେଷ: ଦ୍ୱିଜା ନକ୍ଷତ୍ର ଜାତବ୍ୟକ୍ତି ବହୁ ଶୁଭ ଫଳ ପ୍ରାପ୍ତ ହେବେ। ସରକାରୀ ସ୍ତରରେ ସମ୍ମାନିତ ହେବା ସହ ରାଜକୋଷ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ପ୍ରତ୍ୟେକ କ୍ଷେତ୍ରରେ ସଫଳତା ମିଳିବ। ବିଦ୍ୟାର୍ଥୀ ଅସାଧ୍ୟ ସାଧନ କରିବାରେ ସଫଳ ହେବେ।
ବୃଷ: ରୋହିଣୀ ନକ୍ଷତ୍ର ଜାତବ୍ୟକ୍ତି ପ୍ରାୟ ପ୍ରତ୍ୟେକ କ୍ଷେତ୍ରରେ ବିଜୟୀ ହେବେ। କୀର୍ତ୍ତିମାନ ହୋଇପାରନ୍ତି। ଯଶସ୍ୱୀ ହେବେ। ଯେକୌଣସି ସୂତ୍ରରୁ ଅର୍ଥ ମିଳିପାରେ। ଦ୍ୱିଜା ଓ କୃର୍ତ୍ତିକାର ସାମାନ୍ୟ ଫଳ। ବିଦ୍ୟାର୍ଥୀ କୃତ କାର୍ଯ୍ୟ ହେବେ।
ମିଥୁନ: ଆର୍ଦ୍ରା ନକ୍ଷତ୍ର ଜାତବ୍ୟକ୍ତି ମୂଲ୍ୟବାନ ଧାତୁ ଦ୍ରବ୍ୟ ପ୍ରାପ୍ତ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଅର୍ଥ ମିଳିବ। ଭାଗ୍ୟବାନ ହୋଇପାରନ୍ତି। ମୃଗଶିରା ଓ ପୁନର୍ବସୁ ନକ୍ଷତ୍ର ଜାତବ୍ୟକ୍ତି ସମଫଳ ପାଇବେ। ବିଦ୍ୟାର୍ଥୀ ସହଜରେ ଅତିକ୍ରମ କରିବେ।
କର୍କଟ: ପୁଷ୍ୟା ଓ ଅଶ୍ଳେଷା ନକ୍ଷତ୍ର ଜାତବ୍ୟକ୍ତି ଯୁଗ୍ମ ବ୍ୟବସାୟରେ ଲାଭବାନ ହେବେ। ସ୍ଥାନାନ୍ତର ଘଟିବାର ସୂଚନା ମିଳୁଛି। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ଯାନବାହନ ଚଳାଚଳ ପ୍ରତି ସତର୍କ ରହିବେ। ବିଦ୍ୟାର୍ଥୀ ସୁଫଳ ପାଇବେ।
ସିଂହ: ପୂର୍ବା ଫାଲଗୁନୀ ନକ୍ଷତ୍ର ଜାତ ଦ୍ରବ୍ୟ ବ୍ୟକ୍ତି ପ୍ରୀତି ଲାଭ କରିପାରନ୍ତି। ବନ୍ଧୁ ସହାଯତା ପାଇଁ ଉପୁଜି ଥିବା ସମସ୍ୟାର ସମାଧାନ କରିପାରନ୍ତି। ମଘା ନକ୍ଷତ୍ରର ସାମାନ୍ୟ ଫଳ। ବିଦ୍ୟାର୍ଥୀ ସଫଳ ହେବେ। ପତ୍ନୀଙ୍କ କଥାରେ ପରିଚାଳିତ ହୋଇପାରନ୍ତି।
କନ୍ୟା: ହସ୍ତୀ ନକ୍ଷତ୍ର ଜାତବ୍ୟକ୍ତି ବଳଶାଳୀ ହେବେ। ଶତ୍ରୁ ବିନାଶ କରିବାରେ ସିଦ୍ଧ ହସ୍ତ ହୋଇପାରନ୍ତି। ସ୍ନେହବୋଳା କଥା କହି କାର୍ଯ୍ୟ ହାସଲ କରିପାରନ୍ତି। ଉତ୍ତରା ଫାଲ୍‌ଗୁନୀ ଓ ଚିତ୍ରା ନକ୍ଷତ୍ର ଜାତବ୍ୟକ୍ତିଙ୍କୁ ସମାନ ଶୁଭ। ବିଦ୍ୟାର୍ଥୀ ଉତ୍ତୀର୍ଣ୍ଣ ହେବେ।
ତୁଳା: ସ୍ୱାତୀ ନକ୍ଷତ୍ର ଜାତବ୍ୟକ୍ତିଙ୍କ ପାଇଁ ଆର୍ଥିକ ସ୍ରୋତ ଲାଗି ରହିବ। ଚଞ୍ଚଳ ପ୍ରକୃତିର ହୋଇପାରନ୍ତି। ଆକସ୍ମିକ ଧନଲାଭର ସୂଚନା ମିଳୁଛି। ବ୍ୟବସାୟରେ ପ୍ରଚୁର ଧନଲାଭ ହେବ। ଚିତ୍ରା ଓ ବିଶାଖା ନକ୍ଷତ୍ରର ସାମାନ୍ୟ ଫଳ। ବିଦ୍ୟାର୍ଥୀ ସୁଖୀ ହେବେ।
ବିଛା: ଅନୁରାଧା ଓ ଜ୍ୟେଷ୍ଠା ନକ୍ଷତ୍ର ଜାତବ୍ୟକ୍ତି କାର୍ଯ୍ୟ କ୍ଷେତ୍ରରେ ଶୃଙ୍ଖଳା ରକ୍ଷା କରିବାରେ ସକ୍ଷମ ହେବେ। କୃଷିକ୍ଷେତ୍ରରୁ ଲାଭବାନ ହେବେ। ବିଶାଖା ନକ୍ଷତ୍ର ଜାତବ୍ୟକ୍ତି ସାମାନ୍ୟ ପରିମାଣର ଅର୍ଥ ପାଇପାରନ୍ତି। ବିଦ୍ୟାର୍ଥୀଙ୍କୁ ପରୀକ୍ଷା ସହଜ ହେବ।
ଧନୁ: ପୂର୍ବାଷାଢ଼ା ନକ୍ଷତ୍ର ଜାତବ୍ୟକ୍ତି ବିବାଦୀୟ ଓ ପ୍ରତିଯୋଗିତା କ୍ଷେତ୍ରରେ ଜୟଯୁକ୍ତ ହେବେ। ଜନ ସମାଜରେ ଆଦରଣୀୟ ହେବେ। ଅସମ୍ଭବକୁ ସମ୍ଭବ କରିପାରନ୍ତି। ମୂଳା ଓ ଉତ୍ତରାଷାଢ଼ା ନକ୍ଷତ୍ର ଜାତବ୍ୟକ୍ତିଙ୍କୁ ସ୍ୱଳ୍ପ ଅର୍ଥ ମିଳିବ। ବିଦ୍ୟାର୍ଥୀ ଖୁସି ହେବେ।
ମକର: ଶ୍ରବଣା ନକ୍ଷତ୍ର ଜାତବ୍ୟକ୍ତିଙ୍କୁ ସାମାନ୍ୟ ଅର୍ଥ ଲାଭ ହୋଇପାରେ। ଭାଗ୍ୟର ପରିବର୍ତ୍ତନ ଘଟାଇ ପାରନ୍ତି। ଯାନବାହନ ସୁଖ ମିଳିବ। ଉତ୍ତମ ଗୃହରେ ବସତି ସ୍ଥାପନ କରିବେ। ଧନିଷା ଓ ଉତ୍ତରାଷାଢ଼ାଙ୍କର ସାମାନ୍ୟ ଶୁଭ। ବିଦ୍ୟାର୍ଥୀ ଖୁସି ହେବେ।
କୁମ୍ଭ: ଶତଭିକ୍ଷା ନକ୍ଷତ୍ର ଜାତବ୍ୟକ୍ତିଙ୍କର ରୋଜଗାର ଅଧିକ ହୋଇପାରେ। ମାଲିମୋକଦ୍ଦମାରେ ବିଜୟୀ ହେବେ। ଧନଲାଭର ସୂଚନା ମିଳୁଛି। ଦାମ୍ପତ୍ୟ ସୁଖ ମିଳିବ। ଚିନ୍ତାଧାରା ସହଜ, ସୁଲଭ ହେବ। ଧନିଷ୍ଠା ଓ ପୂର୍ବ ଭାଦ୍ରର ସାମାନ୍ୟ ଶୁଭ। ବିଦ୍ୟାର୍ଥୀ କୃତକାର୍ଯ୍ୟ ହେବେ।
ମୀନ: ଉତ୍ତର ଭାଦ୍ର ଓ ରେବତୀ ନକ୍ଷତ୍ର ଜାତବ୍ୟକ୍ତି ସୁଭାଷୀ ଓ ସୁବିଦ୍ୟାଯୁକ୍ତ ହୋଇପାରନ୍ତି। ସ୍ୱାଭିମାନୀ ହେବେ। ଯାତ୍ରାଶୁଭ ହେବ। ପୂର୍ବଭାଦ୍ର ନକ୍ଷତ୍ର ଜାତ ବ୍ୟକ୍ତିଙ୍କର ଚକ୍ଷୁପୀଡ଼ା ସହିତ ଥଣ୍ଡା କଫରେ ପୀଡ଼ିତ ହୋଇପାରନ୍ତି। ବିଦ୍ୟାର୍ଥୀଙ୍କ ମନରେ ସରସତା ଆସିବ।

 

Leave A Reply