ନେତ୍ରୀଙ୍କ ଠାରୁ ଅଭିନେତ୍ରୀ, ସମସ୍ତଙ୍କ ପସନ୍ଦ ସମ୍ବଲପୁରୀ ଶାଢ଼ି

0

ସମ୍ବଲପୁର: ସାରା ବିଶ୍ୱରେ ସମ୍ବଲପୁର ଅନେକ କାରଣ ଯୋଗୁଁ ପ୍ରସିଦ୍ଧ । ସମ୍ବଲପୁରୀ ଶାଢି, ସମ୍ବଲପୁରୀ ଗୀତ ଓ ନାଚର ରହିଛି ସ୍ୱତନ୍ତ୍ରତା । ମାଆ ସମଲେଇଙ୍କ ଆଶୀର୍ବାଦ ପାଇବା ପାଇଁ ସମସ୍ତେ ସମ୍ବଲପୁରକୁ ଯାଇଥାନ୍ତି। ଯେପରି ସମ୍ବଲପୁର ସହର ମାଆ ସମଲେଇଙ୍କ ଶକ୍ତିପୀଠ ପାଇଁ ଜଣାଶୁଣା, ସେହିପରି ସମ୍ବଲପୁର ମଧ୍ୟ ସମ୍ବଲପୁରୀ ଶାଢ଼ୀ ପାଇଁ ଖୁବ୍‍ ପ୍ରସିଦ୍ଧ ଅଟେ।

ସମ୍ବଲପୁର ଶାଢିର ଚାହିଦା ୧୯୮୦ରୁ ୧୯୯୦ ମସିହା ମଧ୍ୟରେ ଓଡ଼ିଶା ବାହାରେ ବଢ଼ିବାରେ ଲାଗିଛି। ଏହି ଶାଢି କେବଳ ଓଡ଼ିଶାରେ ପ୍ରସିଦ୍ଧ ହୋଇ ରହି ନାହିଁ, ଏହା ସାରା ବିଶ୍ୱରେ ନିଜର ସ୍ଥାନ ଆଦୃତ କରି ରଖିଛି। ସମ୍ବଲପୁରୀ ଶାଢିର ଚାହିଦା ଦିନକୁ ଦିନ ଖୁବ୍‍ ବଢ଼ିବାରେ ଲାଗିଛି। ସାଧାରଣ ମହିଳାଙ୍କ ଠାରୁ ଆରମ୍ଭ କରି ବଲିଉଡ଼ର ଅଭିନେତ୍ରୀମାନଙ୍କ ପ୍ରଥମେ ପସନ୍ଦ ଭାବେ ଜଣାଶୁଣା ସମ୍ବଲପୁରୀ ଶାଢି।

ପାରମ୍ପରିକ ଚିତ୍ରରେ ପ୍ରସ୍ତୁତ ଶାଢି ସମସ୍ତଙ୍କ ମୁଖ୍ୟ ପସନ୍ଦ ଅଟେ। ରାଜ୍ୟ

ସରକାରଙ୍କ ତରଫରୁ ବୁଣାକାର ମାନଙ୍କୁ ପ୍ରୋତ୍ସାହନ ମିଳୁ ନ ଥିବାରୁ ଏହି ଶାଢିର ଉତ୍ପାଦନରେ ସମସ୍ୟା ହେଉଛି। ୨୦୧୨ରେ ଜିଆଇ ମାନ୍ୟତା ପ୍ରାପ୍ତ ସମ୍ବଲପୁରୀ ଶାଢିକୁ ବର୍ତ୍ତମାନ କାରଖାନାରେ ଉତ୍ପାଦନ କରାଯାଉଛି। ସମ୍ବଲପୁରୀ ଶାଢିର ସର୍ବନିମ୍ନ ମୂଲ୍ୟ ୩୦୦୦ଟଙ୍କା ଥିବା ବେଳେ ନକଲି ଉପାୟରେ ଏହି ଶାଢି ପ୍ରସ୍ତୁତ କରାଯାଇ ୩୦୦ ରୁ ୪୦୦ ଟଙ୍କାରେ ବିକ୍ରି କରାଯାଉଛି।

ଏପରି କରାଯିବା ଦ୍ୱାରା ପ୍ରକୃତ ସମ୍ବଲପୁରୀ ଶାଢିର ଚାହିଦା ନଷ୍ଟ ହେବାରେ ଲାଗିଛି। ବୁଣାକାର ମାନେ ଉପାୟ ଶୂନ୍ୟ ହୋଇ ପାରମ୍ପରିକ ପେଶା ଠାରୁ ଦୂରେଇ ରହୁଛନ୍ତି।


ପୂର୍ବତନ ମହିଳା ରାଷ୍ଟ୍ରପତି ପ୍ରତିଭା ଦେବୀ ସିଂ ପାଟିଲଙ୍କ ଓଡ଼ିଶା ଗସ୍ତ ସମୟରେ ପଦ୍ମଶ୍ରୀ ଚତୁଭୂର୍ଜ ମେହେର ଭୁବନେଶ୍ୱରସ୍ଥିତ ରାଜଭବନରେ ସାକ୍ଷାତ କରି ସମ୍ବଲପୁରୀ ବାନ୍ଧକଳାରେ ପ୍ରସ୍ତୁତ ମୋଟା ପାଟ ସୂତାର ଏକ   କାନ୍ଥରେ ଟଙ୍ଗା ହେଉଥିବା ଉପହାର ହେଇଥିଲେ। ପାଟସୂତାରେ କୋଣାର୍କ ସୂର୍ଯ୍ୟ ମନ୍ଦିର ଗାତ୍ରର ଭାସ୍କର୍ଯ୍ୟ ଓ ଅନେକ ନିଖୁଣ କଳାକୃତି ଦେଖି ପୂର୍ବତନ ମହିଳା ରାଷ୍ଟ୍ରପତି ଶ୍ରୀମତି ପାଟିଲ ଅଭିଭୂତ ହୋଇ ଯାଇଥିଲେ।

Leave A Reply