ମାଧୁରୀଙ୍କ ପାଇଁ ପଛଘୁଞ୍ଚା ଦେଲେ ସଞ୍ଜୟ ଦତ୍ତ, ଜାଣନ୍ତୁ ଏହାର କାରଣ

0

ଅଭିଷେକ ବର୍ମନଙ୍କ ଆଗାମୀ ଚଳଚ୍ଚିତ୍ରରେ ମାଧୁରୀ ଦୀକ୍ଷିତ ମୁଖ୍ୟ ଭୂମିକାରେ ଦେଖାଦେବେ। ପ୍ରଥମେ ଶ୍ରୀଦେବୀଙ୍କୁ ଏଥିପାଇଁ ଚୁକ୍ତି କରାଯାଇଥିଲା। ହେଲେ ତାଙ୍କ ଅକାଳ ବିୟୋଗ ପରେ ମାଧୁରୀଙ୍କୁ ଏହି ଅଫର୍ ମିଳିଥିଲା। ସାଦରେ ଏହି ଭୂମିକାକୁ ଗ୍ରହଣ କରିଥିଲେ ମାଧୁରୀ। ତେବେ ମାଧୁରୀଙ୍କ ପାଇଁ ମୁଖ୍ୟ ଅସୁବିଧା ସାଜିଥିଲେ ସଞ୍ଜୟ ଦତ୍ତ।

କାରଣ କିଛି ମାସ ପୂର୍ବେ ହିଁ ଏହି ଚଳଚ୍ଚିତ୍ରର ଅନ୍ୟତମ କଳାକାର ଭାବେ ସଞ୍ଜୟ ଦତ୍ତଙ୍କୁ ଚୁକ୍ତିବଦ୍ଧ କରାଯାଇଥିଲା। ତେବେ ମାଧୁରୀଙ୍କ ପ୍ରବେଶ ପରେ ନିରବରେ ସଞ୍ଜୟ ଏଥିରୁ ଓହରି ଯାଇଥିବାର ଖବର ମିଳିଛି। ଦୁହେଁ ଶେଷଥର ଏକତ୍ର ‘ଖଳନାୟକ’ରେ କାମ କରିଥିଲେ। ସେ ସମୟରେ ମାଧୁରୀ-ସଞ୍ଜୟଙ୍କ ପ୍ରେମସମ୍ପର୍କ ପୂରା ବଲିଉଡ ଜାଣିଥିଲା।

ହେଲେ ମାଧୁରୀଙ୍କ ପିତା ଏହି ସମ୍ପର୍କକୁ ସବୁଜ ସଙ୍କେତ ଦେଇନଥିଲେ। ବାଧ୍ୟ ହୋଇ ମାଧୁରୀ ସମସ୍ତ ସମ୍ପର୍କ ଛିନ୍ନ କରିଥିଲେ ସଞ୍ଜୟଙ୍କ ସହ। ପରେ ପରିବାର ଲୋକଙ୍କ ଇଚ୍ଛାରେ ଆମେରିକା ଡାକ୍ତର ଶ୍ରୀରାମ ନେନେଙ୍କୁ ବିବାହ କରିଥିଲେ। ରାଜକୁମାର ହିରାନୀ ଯେତେବେଳେ ସଞ୍ଜୟ ଦତ୍ତ ବାଇଓପିକର କାମ ଆରମ୍ଭ କଲେ, ମାଧୁରୀ ନିଜେ ସଞ୍ଜୟଙ୍କୁ ଫୋନ୍ କରି ସେମାନଙ୍କ ଅତୀତ ଏଥିରେ ଚିତ୍ରାୟିତ ନ କରିବାକୁ ଅନୁରୋଧ କରିଥିଲେ।

ସଞ୍ଜୟ ମଧ୍ୟ ଜଣେ ବିଶ୍ବସ୍ତ ବନ୍ଧୁର ପରିଚୟ ଦେଇଥିଲେ। ମିଳିଥିବା ଖବର ଅନୁସାରେ ସଞ୍ଜୟ ମାଧୁରୀଙ୍କ ଚରିତ୍ରକୁ ନିଜ ବାଇଓପିକରୁ ସମ୍ପୂର୍ଣ୍ଣ ବାଦ୍ ଦେଇଛନ୍ତି।

 

Leave A Reply