ସଂଜୟ ଜୟସୱାଲ ବିହାର, ସତୀଶ ପୁନିଆ ହେଲେ ରାଜସ୍ଥାନର ବିଜେପି ଅଧ୍ୟକ୍ଷ

0

ନୂଆଦିଲ୍ଲୀ : ବିଜେପି ଶନିବାର ଦୁଇ ରାଜ୍ୟର ପ୍ରଦେଶ ଅଧ୍ୟକ୍ଷ ନିଯୁକ୍ତି କରିଛି। ଏହି କ୍ରମରେ ସଂଜୟ ଜୟସୱାଲଙ୍କୁ ବିହାର ବିଜେପି ଏବଂ ସତୀଶ ପୁନିଆଙ୍କୁ ରାଜସ୍ଥାନ ବିଜେପି ଅଧ୍ୟକ୍ଷ କାର୍ଯ୍ୟଭାର ପ୍ରଦାନ କରାଯାଇଛି।

ଚଳିତ ବର୍ଷ ଜୁନ ୨୫ରେ ରାଜସ୍ଥାନ ବିଜେପି ଅଧ୍ୟକ୍ଷ ମଦନଲାଲ ସୈନୀଙ୍କ ପରଲୋକ ଘଟିଥିଲା। ସେବେଠାରୁ ଏହି ପଦ ଖାଲି ପଡିଥିଲା। ଏବେ ସୀତଶ ପୁନିଆଙ୍କୁ ରାଜସ୍ଥାନ ବିଜେପିର ଦାୟିତ୍ୱ ଦିଆଯାଇଛି। ପ୍ରଦେଶ ଅଧ୍ୟକ୍ଷ ନିଯୁକ୍ତି ନେଇ ବିଜେପି କାର୍ଯ୍ୟାଳୟ ପକ୍ଷରୁ ଶନିବାର ବିଜ୍ଞପ୍ତି ଜାରି କରାଯାଇଛି। ସତୀଶ ପୁନିଆ ରାଜସ୍ଥାନ ଆମେର ବିଧାୟକ ଥିବାବେଳେ ଡ. ସଂଜୟ ଜୟସୱାଲ ବିହାର ଦାରେମଦାର ଚମ୍ପାରଣରୁ ସାଂସଦ ଅଛନ୍ତି।

Leave A Reply