ଜାଣନ୍ତୁ, କେଉଁ ଉପାୟ କରିବା ଦ୍ୱାରା ଦୂର ହୋଇଥାଏ ଶନି ଦୋଷ

0

ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କୁ ନ୍ୟାୟର ଦେବତା ବୋଲି କୁହାଯାଏ। ଜାତକରେ ଶନିଙ୍କ ସ୍ଥିତି ଖରାପ ଥିଲେ ସୌଭାଗ୍ୟ ମିଳିନଥାଏ। ଯେ କୌଣସି କାର୍ଯ୍ୟରେ ସଫଳତା ପାଇବାକୁ ହେଲେ ବହୁ ପରିଶ୍ରମ କରିବାକୁ ପଡ଼େ। ମାତ୍ର ଶନି ପ୍ରସନ୍ନ ହେଲେ ହିଁ ସବୁ କିଛି ସମ୍ଭବ ହୋଇଥାଏ। ତେଣୁ କିଛି ଏପରି ଉପାୟ ଅଛି ଯାହାକୁ କରିବା ଦ୍ୱାରା ଶନିଙ୍କ ବିଶେଷ କୃପା ମିଳିଥାଏ। କାର୍ଯ୍ୟରେ ସଫଳତା ସହ ଧନର ମଧ୍ୟ ପ୍ରାପ୍ତି ହୋଇଥାଏ।ଏହି ଉପାୟ ଦ୍ୱାରା ଦୂର ହୋଇଥାଏ ଶନି ଦୋଷ…..
ଶନିବାରରେ ନିରାମିଷ ଖାଇବା ଉଚିତ। ସୂଯ୍ୟାସ୍ତ ପରେ ହନୁମାନଙ୍କୁ ପୂଜା କରିବା ଆବଶ୍ୟକ। ପୂଜାରେ ସିନ୍ଦୂର, ରାଶି ଲଡ଼ୁ, ଅପରାଜିତା ଫୁଲ ବ୍ୟବହାର କରନ୍ତୁ। ହନୁମାନଙ୍କୁ ପୂଜା କଲେ ଶନିଙ୍କ ଖରାପ ପ୍ରଭାବ ଜାତକରେ ପଡ଼ିନଥାଏ।
ଶନିବାରରେ ମାଙ୍କଡ଼ ଓ କଳା କୁକୁରକୁ ଲଡ଼ୁ ଖାଇବାକୁ ଦିଅନ୍ତୁ। ଏହା କରିବା ଦ୍ୱାରା ବହୁ ଶୁଭ ଫଳ ପ୍ରାପ୍ତି ହୋଇଥାଏ।
କଳା ଗାଈଙ୍କୁ ପୂଜା କରିବା ସହ ତାଙ୍କୁ ତିଳକ ଓ ଚାଉଳ ପ୍ରଦାନ କରନ୍ତୁ। ଏହା ଦ୍ୱାରା ଶନିଙ୍କ ବିଶେଷ କୃପା ମିଳିଥାଏ। ଶନି ଦୋଷ ଦୂର ହୋଇଥାଏ।
ଶନିବାରରେ ଏକ ପାତ୍ରରେ ତେଲ ନେଇ ସେଥିରେ ନିଜ ମୁହଁ ଦେଖନ୍ତୁ। ଏହା ପରେ ଏହି ତେଲକୁ ଏକ ଗରିବ ବ୍ୟକ୍ତିକୁ ଦାନ କରି ଦିଅନ୍ତୁ। ଏହା ମଧ୍ୟ ବହୁ ଶୁଭ ଫଳ ଦେଇଥାଏ।

Leave A Reply