ସ୍ୱାଧୀନତା ପାଇଁ ସବୁ କିଛି ଉତ୍ସଗ କରିଥିଲେ  ସ୍ୱାଧୀନତା ସଂଗ୍ରାମୀ

0

ଭାରତ ୧୯୪୭ ଅଗଷ୍ଟ ୧୫ ତାରିଖରେ ବ୍ରିଟିଶ ଶାସନରୁ ମୁକ୍ତ ହୋଇ ସ୍ୱାଧୀନ ହୋଇଥିଲା। ୧୯୪୭ମସିହା ଅଗଷ୍ଟ ୧୫ତାରିଖରେ ପଣ୍ଡିତ ଜବାହାରଲାଲ ନେହେରୁ ଦିଲ୍ଲୀର ଲାଲକିଲ୍ଲାରେ ସ୍ୱାଧୀନ ଭାରତର ଜାତୀୟ ପତାକାକୁ ଉତ୍ତୋଳନ କରିଥିଲେ। ସେହିଦିନ ଠାରୁ ଆମେ ପ୍ରତିବର୍ଷ ଅଗଷ୍ଟ ମାସ ୧୫ତାରିଖରେ ସ୍ୱାଧୀନତା ଦିବସ ପାଳନ କରୁଛୁ।

ଭାରତକୁ ସ୍ୱାଧୀନ କରିବା ପାଇଁ ଅନେକ ମହାପୁରୁଷ ମାନଙ୍କର ଅବଦାନ ରହିଥିଲା। ସେମାନଙ୍କ ଅବଦାନ ଅତୁଳନୀୟ ଅଟେ। ମହାପୁରୁଷମାନେ ଇଂରେଜ ଶାସନରୁ ଭାରତକୁ ମୁକ୍ତ କରିବା ପାଇଁ ଅନେକ ଥର କାରାଦଣ୍ଡ ଭୋଗିଥିଲେ। ଅନେକ ସଂଗ୍ରମୀଙ୍କୁ ସୁଦୂର ଆଣ୍ଡାମାନରେ କାରାଦଣ୍ଡ ଭୋଗି ବାକୁ ପଡିଥିଲା । ଅନେକ ଫାଶୀଖୁଣ୍ଟରେ ଝୁଲିଯାଇଥିଲେ । ଭାରତକୁ ବିଟ୍ରିଶମାନଙ୍କ କବଳରୁ ରକ୍ଷା କରିବା ପାଇଁ ଅନେକ ସ୍ୱାଧୀନତା ସଂଗ୍ରାମୀମାନେ ନିଜର ପ୍ରାଣବଳୀ ଦେଇଥିଲେ। ଦେଶରେ ଏହିଦିନକୁ ମନେ ରଖିବା ଓ ମହାପୁରୁଷମାନଙ୍କ ଅବଦାନକୁ ଚିରସ୍ମରଣୀୟ ରଖିବା ପାଇଁ ଅନେକ କାର୍ଯ୍ୟକ୍ରମ କରାଯାଇଥାଏ । ଆଜିର ଭାରତ ଆମେ ଏବେ ଯେପରି ଦେଖୁଛୁ ତାହା ପୂର୍ବରୁ ସେପରି ନ ଥିଲା। ବିଟ୍ରିଶମାନଙ୍କ କବଳରେ ରହି ଭାରତର ନାଗରିକମାନେ ଅନେକ କଷ୍ଟ ଭୋଗୁଥିଲେ। ଯେଉଁମାନେ ଏହାର ପ୍ରତିବାଦ କରୁଥିଲେ ସେମାନଙ୍କୁ ଅନେକ ଯନ୍ତ୍ରଣା ଦେଉଥିଲେ। ସ୍ୱାଧୀନତା ପାଇଁ ସେହି ମହାନ ବିପ୍ଲବୀମାନଙ୍କର ବଳୀଦାନ ଯୋଗୁଁ ଆମେ ସ୍ୱାଧୀନ ଭାବେ ଜୀବନ ଯାପନ କରି ପାରୁଛୁ ।

Leave A Reply