ସାମସଙ୍ଗ୍‍ ଗାଲାକ୍ସି ଜେ-୭ ଡୁଓ ସହିତ ପାଇପାରିବେ ୪,୦୦୦ଟଙ୍କାର ରିଆତି

0

ନୂଆଦିଲ୍ଲୀ : ସାମସଙ୍ଗ ଗାଲାକ୍ସି ଜେ-୭ ଫୋନରେ ଆପଣଙ୍କୁ ପୁଣି ଆଉଥରେ ରିଆତି ମିଳିବ। ପୂର୍ବ ସପ୍ତାହରେ ଏହି ଫୋନ୍‍ ଉପରେ ୩୦୦୦ଟଙ୍କାର ରିଆତି ଦିଆଯାଇଥିଲା। ଏବେ ଆଉଥରେ ପୁଣି ସେହି ଫୋନ୍‍ରେ ଆଉ ୧୦୦୦ଟଙ୍କାର ଅଧିକ ରିଆତି ମିଳିବ। ରିଆତି ପରେ ସାମସଙ୍ଗ୍‍ ଗାଲାକ୍ସି ଜେ-୭ ଡୁଓ ଫୋନକୁ ୧୨,୯୯୯ଟଙ୍କାରେ ଆମାଜନ୍‍ ଏବଂ ସାମସଙ୍ଗ୍‍ର ଅନଲାଇନ୍‍ ଷ୍ଟୋରରୁ କିଣିପାରିବେ। ଚଳିତବର୍ଷ ଅପ୍ରେଲ ମାସରେ ସାମସଙ୍ଗ ଗାଲାକ୍ସି ଜେ-୭ ଡୁଓ ଫୋନ୍‍ ୧୬,୯୯୯ଟଙ୍କା ମୂଲ୍ୟରେ ବଜାରକୁ ଆସିଥିଲା।
ସାମସଙ୍ଗ୍‍ ଗାଲାକ୍ସି ଜେ-୭ ଡୁଓ ସହିତ ମିଳିବ ଏହି ଅଫର
ଏହି ଫୋନ୍‍ରେ ୫.୫ଇଞ୍ଚ୍‍ ର ଏଚ୍‍ଡି ସୁପର ଏମୋଲେଡ୍‍ ଡିସପ୍ଲେ ରହିଛି। ଫୋନ୍‍ରେ ଜିଓ ତରଫରୁ ୨,୭୫୦ଟଙ୍କାର କ୍ୟାସବ୍ୟାକ୍‍ ପାଇପାରିବେ। ଏହି ଫୋନ୍‍ କଳା, ନୀଳ, ସୁନେଲି ଭଳି ତିନୋଟି ରଙ୍ଗରେ ଉପଲବ୍ଧ ରହିଛି। ଏହାବ୍ୟତୀତ ଆମାଜନରୁ ଏହିଫୋନ କିଣିଲେ ଏକବର୍ଷ ପାଇଁ ୬୯୯ଟଙ୍କାରେ ସ୍ମ୍ରିନ୍‍ ପ୍ରୋଟେକସନ୍‍ ଏବଂ ଡ୍ୟାମେଜ୍‍ ପ୍ରୋଟେକସନ୍‍ ପାଇପାରିବେ। ଏହାବ୍ୟତୀତ ୭,୫୦୨ଟଙ୍କାର ଏକ୍ସଚେଞ୍ଜ୍‍ ଅଫର ପାଇପାରିବେ।
ସାମସଙ୍ଗଜ ଗାଲାକ୍ସି ଜେ-୭ ଡୁଓ ଫୋନର ବିଶେଷତ୍ୱ
ଫୋନ୍‍ରେ ୫.୫ଇଞ୍ଚ୍‍ ର ଏଚ୍‍ଡି ସୁପର ଏମୋଲୋଡ୍‍ ଡିସପ୍ଲେ ରହିଛି ଯାହାର ରିଜୋଲ୍ୟୁସନ୍‍ ୭୨୦/୧୨୮୦ ପିକ୍ସେଲ୍‍। ଏହାବ୍ୟତୀତ ଫୋନରେ ୪ଜିବି ରାମ୍‍ ଏବଂ ୩୨ଜିବି ଷ୍ଟେ।।ରେଜ୍‍ ଭରହିଛି। ଯାହାକୁ ୨୫୬ଜିବି ପର୍ଯ୍ୟନ୍ତ ବଢାଇପାରିବେ।
ସାମସଙ୍ଗ୍‍ ଗାଲାକ୍ସି ଜେ-୭ ଡୁଓର କ୍ୟାମେରା ଏବଂ କନେକ୍ଟିଭିଟି
ଗାଲାକ୍ସି ଜେ-୭ ଡୁଓରେ ଡୁଆଲ ରିୟର କ୍ୟାମେରା ରହିଛି। ଯେଉଁଥିରୁ ଗୋଟିଏ ୧୩ମେଗାପିକ୍ସେଲର ହୋଇଥିଲାବୋଳେ ଅନ୍ୟଟି ୫ମେଗାପିକ୍ସେଲର ଦିଆଯାଇଛି। ଏହାର ଆଗପଟ କ୍ୟାମେରା ୮ମେଗାପିକ୍ସେଲ। ଦୁଇଟି କ୍ୟାମେରାରେ ଫ୍ଲାସଲାଇଟ ସୁବିଧା ରହିଛି। ଏଥିରେ ଫେସ୍‍ ଅନଲକ୍‍ ଏବଂ ଫେସ୍‍ ବ୍ୟୁଟି ମୋଡ୍‍ ପାଇପାରିବେ। ସଂଯୋଗ ପାଇଁ ୪ଜି ଭିଓଏଲଟିଇ, ୱାଇ-ଫାଇ, ବ୍ଲୁଟୁଥ ଭି୪.୨, ଜିପିଏସ୍‍, ୩୦୦୦ଏମ୍‍ଏଚ୍‍ର ବ୍ୟାଟେରୀ ଏବଂ ମାଇକ୍ରୋ ୟୁଏସବି ପୋର୍ଟ ପାଇପାରିବେ।

Leave A Reply