ମ୍ୟାଚ୍‌ ଫିକ୍ସିଂ ; ସାମିଙ୍କ ବିରୋଧରେ ହେବ ତଦନ୍ତ

0

ନୂଆଦିଲ୍ଲୀ : ଭାରତୀୟ ଦ୍ରୁତ ବୋଲର ମହମ୍ମଦ ସାମିଙ୍କ ବିରୋଧରେ ତାଙ୍କ ପତ୍ନୀ ହସିନ୍‌ ଜାହାଁନ ଆଣିଥିବା ମ୍ୟାଚ ଫିକ୍ସିଂ ଅଭିଯୋଗକୁ ସୁପ୍ରିମକୋର୍ଟ ଦ୍ୱାରା ନିଯୁକ୍ତ ପ୍ରାଶାସନିକ କମିଟି (ସିଓଏ) ଗୁରୁତର ସହ ନେଇଛି । ମହମ୍ମଦ ସାମିଙ୍କ ପତ୍ନୀ ଆଣିଥିବା ଅଭିଯୋଗର ତଦନ୍ତ କରିବାକୁ ନିରଜ କୁମାରଙ୍କ ନେତୃତ୍ୱାଧୀନ ଦୁର୍ନୀତି ନିରୋଧୀ ସୁରକ୍ଷା ୟୁନିଟ (ଏସିଏସ୍‌ୟୁ)କୁ ସିଓଏ ନିର୍ଦେଶ ଦେଇଛନ୍ତି ।

ହସିନ୍‌ ଜାହାଁନଙ୍କ ଅଭିଯୋଗ ଅନୁସାରେ ଇଂଲଣ୍ଡସ୍ଥିତ ବ୍ୟବସାୟୀ ମୋହମ୍ମଦ ଭାଇଙ୍କ ନିର୍ଦେଶରେ ସାମି ପାକିସ୍ତାନୀ ଝିଅ ଆଲିଶାବାଙ୍କଠାରୁ ଟଙ୍କା ନେଇଥିଲେ । ସିଓଏ ଏହି ଅଭିଯୋଗକୁ ଗୁରୁତର ସହ ନେବା ସହ ସାମିଙ୍କ ପତ୍ନୀ ହସିନ୍‌ ଜାହାଁନ ଶୁଣାଉଥିବା ଫୋନ୍‌ କଥାବାର୍ତ୍ତାର ଅଡିଓ ରେକର୍ଡିଂ ପ୍ରତି ଧ୍ୟାନ ଦେବାକୁ ଦିଳ୍ଲୀ ପୁଲିସ୍‌ ମୁଖ୍ୟଙ୍କୁ କହିଛନ୍ତି ।

ପ୍ରକାଶ ଯେ ପତ୍ନୀ ହସିନ୍‌ ଜାହାଁନଙ୍କ ଅଭିଯୋଗ ପରେ ବିସିସିଆଇ ସାମିଙ୍କ କଣ୍ଟ୍ରାକ୍ଟର ନବୀକରଣ କରିନାହିଁ । ଏସିଏସ୍‌ୟୁ ଏହି ଘଟଣାର ତଦନ୍ତ କରି ୭ ଦିନ ମଧ୍ୟରେ ରିପୋର୍ଟ ଦେବାକୁ ସିଓଏ ନିର୍ଦେଶ ଦେଇଛି । ଅପରପକ୍ଷରେ କଲକାତା ପୁଲିସ୍‌ ସାମିଙ୍କ ବିରୋଧରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

Leave A Reply