୨୦ ବର୍ଷ ପରେ ଭଂସାଲୀଙ୍କ ଚଳଚ୍ଚିତ୍ରରେ ସଲମାନ : ନାୟିକା ସାଜିବେ ଆଲିୟା

0

ମୁମ୍ବଇ : ‘ହମ୍ ଦିଲ୍ ଦେ ଚୁକେ ସନମ୍’ ଚଳଚ୍ଚିତ୍ରର ୨୦ ବର୍ଷ ପରେ ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭଂସାଲୀ ଓ ଅଭିନେତା ସଲମାନ୍ ଖାନ୍ ପୁଣି ଏକାଠି କାମ କରିବେ। ଭଂସାଲୀଙ୍କ ଆଗାମୀ ଚଳଚ୍ଚିତ୍ର ‘ଇନସାଆଲ୍ଲା’ ରେ ସଲମାନଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବ। ତେବେ କିଛିଦିନ ଧରି ଏହାର ନାୟିକାଙ୍କୁ ନେଇ ଚର୍ଚ୍ଚା ହେଉଥିବା ବେଳେ ଏବେ ଚଳଚ୍ଚିତ୍ରର ନାୟିକା ଚୟନ ହୋଇସାରିଛି। ଅଭିନେତ୍ରୀ ଆଲିୟା ଭଟ୍ଟଙ୍କୁ ଏହି ଚଳଚ୍ଚିତ୍ରରେ ସଲମାନଙ୍କ ନାୟିକା ଭୂମିକାରେ ଦେଖିବାକୁ ମିଳିବ ବୋଲି ଜଣାପଡ଼ିଛି। ପ୍ରଥମ ଥର ପାଇଁ ପରଦାରେ ସଲମାନ ଓ ଆଲିୟାଙ୍କ ଯୋଡ଼ି ଦେଖିବାକୁ ମିଳିବ। ଏନେଇ ଆଲିୟା ଖୁବ୍ ଖୁସି ଥିବା ଜଣାପଡ଼ିଛି। ଭଂସାଲୀ ଓ ସଲମାନଙ୍କ ସହ କାମ କରିବାକୁ ନେଇ ସେ ଖୁବ୍ ଉତ୍ସାହିତ ଅଛନ୍ତି ବୋଲି ଟ୍ବିଟ୍ କରି କହିଛନ୍ତି।

ଉଲ୍ଲେଖଯୋଗ୍ୟ, ସଲମାନ୍‌ ଏବଂ ଭଂସାଲୀ ଶେଷ ଥର ପାଇଁ ୧୯୯୯ରେ ‘ହମ୍‌ ଦିଲ୍‌ ଦେ ଚୁକେ ସନମ୍‌’ରେ ଏକାଠି କାମ କରିଥିଲେ। ତେବେ ୫୨ ବର୍ଷୀୟ ସଲମାନଙ୍କ ସହ ୨୬ ବର୍ଷୀୟା ଆଲିଆଙ୍କ ଯୋଡ଼ି ପରଦାରେ ଦର୍ଶକଙ୍କ ମନ ମୋହି ପାରୁଛି କି ନାହିଁ ତାହା ଦେଖିବା ବାକି ରହିଲା।

Leave A Reply