ଏହି ଦିନ ମୁକ୍ତିଲାଭ କରିପାରେ ସଲମାନଙ୍କ ‘ଭାରତ’ର ଟ୍ରେଲର

0

ମୁମ୍ବଇ : ବଲିଉଡର ଭାଇଜାନ ସଲମାନ ଖାନ ଏବଂ କ୍ୟାଟ୍ରିନା କୈଫ ଅଭିନୀତ ଚଳଚ୍ଚିିତ୍ର ଚଳିତ ବର୍ଷ ଇଦରେ ମୁକ୍ତିଲାଭ କରିବ ବୋଲି ଶୁଣାଯାଉଛି। ଭାରତ ଚଳଚ୍ଚିତ୍ରରେ ଭାରତ-ପାକିସ୍ତାନ ଅଲଗା ହେବା କହାଣୀ ଦେଖାଯାଇଛି। ଏହି ସିନେମାରେ ସଲମାନଙ୍କ ବିପକ୍ଷରେ କ୍ୟାଟ୍ରିନା କୈଫ ଅଭିନୟ କରୁଥିଲାବେଳେ ଏହାର ନିର୍ଦେଶନା ଭାର ସମ୍ଭାଳିବେ ଅଲ୍ଲୀ ଅବାସ ଜଫର। ସିନେମାରେ ସଙ୍ଗିତ ନିର୍ଦେଶନା ଦେବେ ବିଶାଲ ଶେଖର। ଚଳଚ୍ଚିତ୍ରରେ ସଲମାନଙ୍କ ସହ କ୍ୟାଟ୍ରିନା କୈଫ, ତବୁ, ଦିଶା ପଟ୍ଟାନୀ, ବରୁଣ ଧାବନଙ୍କ ଭଳି କଳାକାର ଅଭିନୟ କରିବେ।

courtesy-the indian express

ଏହି ଚଳଚ୍ଚିତ୍ରର ଟିଜର ପୂର୍ବରୁ ମୁକ୍ତିଲାଭ କରିସାରିଛି। ଯେଉଁଥିରେ ସଲମାନ ଅଲଗା ଅଲଗା ଲୁକ୍ସରେ ଦେଖାଯାଇଛନ୍ତି। ମାତ୍ର ପର୍ଯ୍ୟନ୍ତ ଏହାର ଟ୍ରେଲର ମୁକ୍ତିଲାଭ କରିନାହିଁ। ସୂଚନା ମୁତାବକ, ଏପ୍ରିଲ-୧୫ପୂର୍ବରୁ ଏହାର ଟ୍ରେଲର ମୁକ୍ତିଲାଭ କରିପାରେ। ଏହି ଚଳଚ୍ଚିତ୍ର ସାଉଥ କୋରିଆନ ଚଳଚ୍ଚିତ୍ର ‘ଅଡହ ଟୁ ମାଇ ଫାଦର’ର ହିନ୍ଦି ରେମିକ୍‍।

Leave A Reply