ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ସହିଦ ମନୋରଞ୍ଜନଙ୍କ ଶେଷକୃତ୍ୟ ସମ୍ପନ୍ନ

0

ପୁରୀ: ଛତିଶଗଡ ସୁକମାରେ ମାଓବାଦୀଙ୍କ ଦ୍ୱାର  କରାଯାଇଥିବା ଲ୍ୟାଣ୍ଡମାଇନ ବିସ୍ପୋରଣରେ ୯ ଜଣ ସିଆରପିଏଫ୍‌ ଯବାନ ସହିଦ ହୋଇଥିଲେ ।ଏଥିରେ ପୁରୀ ଜିଲା ରେମୁଣା ନୂଆ ଗାଁର ମନୋରଞ୍ଜନ ଲେଙ୍କା ସହିଦ ହୋଇଥିଲା । ବୁଧବାର ସକାଳ ୯ଟା ୪୫ ବେଳ ଏକ ସ୍ୱତନ୍ତ୍ର ବିମାନ ଯୋଗେ ମନୋରଞ୍ଜନଙ୍କର ମର ଶରୀର ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଥିଲା । ସେଠାରେ ତାଙ୍କୁ  ଗାର୍ଡ ଅଫ ଅନର ଦିଆଯାଇଥିଲା ।  ରାଜ୍ୟ ସରକାରଙ୍କର  ତିନି ଜଣ ମନ୍ତ୍ରୀ ସହିଦଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ । ପରେ ସହିଦଙ୍କର ମର ଶରୀରକୁ ପୁରୀ ରେବେଣା ନୂଆଁ ଗାଁ ନିଆଯାଇଥିଲା । ସେଠାରେ ହଜାର ହଜାର ଜନତା ସହିଦଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ । ପୁଲିସ ପକ୍ଷରୁ ତୋପ ସଲାମୀ ଦିଆଯିବା ପରେ ଗାଁ ଶ୍ମଶାନରେ ସହିଦ ମନୋରଞ୍ଜନଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା ।

ମଙ୍ଗଳବାର, ୧୩ ମାର୍ଚ୍ଚ ଥିଲା ସହିଦ  ମନୋରଞ୍ଜନ ଲେଙ୍କାଙ୍କର ଜନ୍ମ ଦିନ । ସେ ୧୩ ମାର୍ଚ୍ଚ ୧୯୯୩ରେ ଜନ୍ମ ହୋଇଥିଲେ । ପୁରୀ ଜିଲା ରେବେଣା ନୂଆ ଗାଁରେ ମନୋରଞ୍ଜନ ଜନ୍ମ ଗ୍ରହଣ କରିଥିଲେ । ହେଲେ ୨୦୧୮, ମାର୍ଚ୍ଚ ୧୩ ତାରିଖରେ ଛତିଶ ଗଡର ସୁକମାରେ ଶକ୍ତିଶାଳୀ ଲ୍ୟାଣ୍ଡ ମାଇନ ବିସ୍ପୋରଣରେ ତାଙ୍କର ମୃତ୍ୟୁ ହୋଇଛି । ଏଥିରେ ସିଆର୍‌ଫିଏଫ୍‌ ୯ ଜଣ ଯବାନ୍‌ ସହିଦ ହୋଇଥିଲେ ।

ସୀମାନ୍ତ ରାଜ୍ୟ ଛତିଶଗଡ଼ର ସୁକୁମା ଜିଲାର ବସ୍ତର ଅଞ୍ଚଳରେ ମାଓବାଦୀ ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣ ଘଟାଇ କମ୍ବିଂ ଅପରେସନରେ ଯାଉଥିବା ଏକ ଲ୍ୟାଣ୍ଡମାଇନ୍‌ ନିରୋଧୀ ଗାଡ଼ିକୁ ଉଡ଼ାଇ ଦେଇଥିଲେ । ଗାଡ଼ିରେ ଥିବା କେନ୍ଦ୍ରୀୟ ସୁରକ୍ଷା ବଳ (ସିଆରପିଏଫ) ଯବାନଙ୍କ ମଧ୍ୟରୁ ୯ ଜଣ ସହିଦ୍‌ ହୋଇଛନ୍ତି। ୬ ଜଣ ଗୁରୁତର ଥିବାବେଳେ ଅନ୍ୟ ୨୦ ଜଣ ଆହତ ହୋଇଥିଲେ।  ମାଲକାନଗିରି ସଦର ମହକୁମାଠାରୁ ୨୫ କିଲୋମିଟର ଦୂର ସୁକୁମାରେ ଘଟିଥିବା ଏହି ଘଟଣା ଛତିଶଗଡ଼ ସମେତ ମାଲକାନଗିରି ଜିଲାରେ ଆତଙ୍କ ସୃଷ୍ଟି କରିଛି ।
ମଙ୍ଗଳବାର ମଧ୍ୟାହ୍ନ ୧୨ଟାରେ ସିଆରପିଏଫ୍‌ର ୨୦୮ କୋବ୍ରା ବାଟାଲିୟନ ଓ ୨୧୨ ସିଆରପିଏଫ୍‌ ଯବାନ କମ୍ବିଂ ଅପରେସନ ସାରି କିତ୍ସାରାମ ଜଙ୍ଗଲରୁ ଫେରୁଥିବା ସମୟରେ ପୋଲଡିଆ ଓ କିତ୍ସାରାମ ମଝିରେ ମାଓବାଦୀ ଲ୍ୟାଣ୍ଡମାଇନ ଖଞ୍ଜି ସେମାନଙ୍କୁ ନିଶାଣ କରି ଆମ୍ବୁସ୍‌ ଲଗାଇଥିଲେ । ପ୍ରାୟ ୩୦ରୁ ଊର୍ଦ୍ଧ୍ବ ଯବାନ ସେତେବେଳେ ଆଣ୍ଟି ଲ୍ୟାଣ୍ଡମାଇନ ଗାଡ଼ିରେ ଥିଲେ । ମାଓବାଦୀମାନେ ଗାଡ଼ିକୁ ବିସ୍ଫୋରଣରେ ଉଡ଼ାଇବା ପରେ ଆଖିବୁଜା ଗୁଳିଚାଳନା କରିଥିଲେ । ଫଳରେ ଘଟଣାସ୍ଥଳରେ ୯ ଜଣ କୋବ୍ରା ଯବାନ ସହିଦ୍‌ ହୋଇଥିଲେ । ଏସଆଇ ଆରକେଏସ ତୋମାର, ସିଆଇ ଅଜୟ କୁମାର ଏଦାବ୍‌, ମନୋରଞ୍ଜନ ଲେଙ୍କା, ଜିତେନ୍ଦ୍ର ସିଂ, ସୋହବିତ୍‌ କୁମାର ଶର୍ମା, ଲକ୍ଷ୍ମଣ କୁମାର, ମନୋଜ କୁମାର, ଧର୍ମେନ୍ଦ୍ର କୁମାର ଘଟଣାସ୍ଥଳରେ ପ୍ରାଣ ହରାଇଥିଲେ। ୬ଜଣ ଗୁରୁତର ଆହତ ହୋଇଥିବାବେଳେ ସେମାନଙ୍କୁ ହେଲିକପ୍ଟର ଯୋଗେ ରାୟପୁରକୁ ସ୍ଥାନାନ୍ତର କରାଯାଇଛି। ଏଭଳି ଘଟଣାରେ ପ୍ରାୟ ଶତାଧିକ ମାଓବାଦୀ ସାମିଲ୍‌ ଥିବା ଅନୁମାନ କରାଯାଉଛି।

Leave A Reply