ଜାଣନ୍ତୁ,କ’ଣ ରହିଛି ସାଗୁ ଦାନା ଓ ମିଶ୍ରିର ଉପକାରିତା

0

ବିଭିନ୍ନ ଖାଦ୍ୟର ଭିନ୍ନ ଭିନ୍ନ ଗୁଣ ରହିଛି। ଯାହାକି ଆମ ଶରୀର ପାଇଁ ଖୁବ ଆବଶ୍ୟକ ଅଟେ।
ସାଗୁ ଦାନା – ଏହା ପେଟକୁ ବହୁ ପରିମାଣରେ ଥଣ୍ଡା ରଖିବା ସହ ଏସିଡ଼ିଟି ଦୂର କରିଥାଏ।
ସ୍ମରଣଶକ୍ତି ବଢାଇଥାଏ। ଶରୀରକୁ ଶକ୍ତି ଯୋଗାଇଥାଏ।
ଶରୀରରେ କ୍ଷତ ହୋଇଥିବା ସମୟରେ ଏହାକୁ ଖାଇବା ଦ୍ୱାରା କ୍ଷତ ଜଲଦି ଭଲ ହୋଇଥାଏ। ଏହା ଖାଦ୍ୟ ହଜମ କରିବାରେ ମଧ୍ୟ ସହାୟକ ହୋଇଥାଏ।
ମିଶ୍ରି – ମିଶ୍ରି ମଧ୍ୟ ଶରୀର ପାଇଁ ଖୁବ ଉପକାରୀ ଅଟେ। ଏହାକୁ ରାତିରେ ପାଣିରେ ଭିଜାଇ ସକାଳେ ପିଇଲେ ଥଣ୍ଡା ଜନିତ ସମସ୍ୟା ଦୂର ହୋଇଥାଏ।
ମିଶ୍ରି, ବାଦାମ, ପାନମଧୁରୀ ,ଗୋଲମରିଚ ଆଦିକୁ କ୍ଷୀରରେ ମିଶାଇ ପିଇଲେ ଦୃଷ୍ଟି ଶକ୍ତି ବଢିଥାଏ।
ମିଶ୍ରି ପାଣି ପିଇବା ଦ୍ୱାରା ତଣ୍ଟି ଓ ବେକ ଦରଜ ଭଲ ହୋଇଥାଏ।
ଏହା ଶରୀରରୁ ଏସିଡ଼ିଟି କମାଇଥାଏ।
ପାଟି ଦୁର୍ଗନ୍ଧ ହେଉଥିଲେ ମିଶ୍ରି ସହ ପାନମଧୁରୀ ମିଶାଇ ଖାଇଲେ ଏହି ସମସ୍ୟା ଦୂର ହୋଇଥାଏ।

Leave A Reply