ଦୁର୍ଘଟଣାରେ ମାଆ-ପୁଅଙ୍କର ମୃତ୍ୟୁ ; ବାପ-ଝିଅ ଗୁରୁତର

0

ଝାରସୁଗୁଡା : ଝାରସୁଗୁଡା ଜିଲ୍ଲାର ଲୋଇସିଙ୍ଗାଠାରେ ଏକ ସଡ଼କ ଦୁର୍ଘଟଣାରେ ମାଆ-ପୁଅଙ୍କର ମୃତ୍ୟୁ ଘଟିଛି। ବାପା ଓ ଝିଅଙ୍କୁ ଗୁରୁତର ଅବସ୍ଥାରେ ବୁର୍ଲା ବଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବାଇକ ଓ ଭ୍ୟାନ ମଧ୍ୟରେ ମୁହାଁ ମୁହିଁ ଧକ୍କା ହେବା ଫଳରେ ଘଟଣାସ୍ଥଳରେ ମାଆ-ପୁଅ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିଲା। ଗୋଟିଏ ପରିବାର ସମସ୍ତେ ଦୁର୍ଘଟଣା ଶିକାର ହେବା ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖା ଦେଇଛି।

Leave A Reply