ଶୁକ୍ରବାର ରାଶିଫଳ

0

ମେଷ: ଧନ ଦ୍ରବ୍ୟ ଲାଭ ହୋଇପାରେ। ନାନାବିଧ ସମ୍ମାନର ଅଧିକାରୀ ହୋଇପାରନ୍ତି। ଯାନବାହନ ସୁଖ ମିଳିବ। ଭୋଗ ବିଳାସ କରିପାରନ୍ତି। ଗୁଣଜ୍ଞ ହେବେ। ପ୍ରସନ୍ନତା ଲାଭ କରିପାରନ୍ତି। ବିଦ୍ୟାର୍ଥୀ କୀର୍ତ୍ତିମାନ ହେବେ।
ବୃଷ: ଆଜି ଦିନଟି ଆପଣଙ୍କ ପାଇଁ ଶୁଭଙ୍କର ହେବ। ସୁଖ ସମ୍ମାନ ଲାଭ କରିବେ। ସରକାରୀ ଅର୍ଥ ପାଇ ଖୁସି ହେବେ। ପ୍ରଦୂଷଣମୁକ୍ତ ଗୃହରେ ବସତି ସ୍ଥାପନ କରିବେ। କୀର୍ତ୍ତି, ମର୍ତ୍ତି, ସତ୍ତ୍ୱ, ସନ୍ତୋଷ ସବୁ କିଛି ମିଳିବ। ବିଦ୍ୟାର୍ଥୀ ସୁଖୀ ହେବେ।
ମିଥୁନ: ବିଶୃଙ୍ଖଳିତ କାର୍ଯ୍ୟକୁ ଶୃଙ୍ଖଳିତ କରିବାରେ ସକ୍ଷମ ହେବେ। ଘାତଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବାକୁ ପଡ଼ିବ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଧନାଦି ପାଇବାର ସୂଚନା ମିଳୁଛି। ବିଦ୍ୟାର୍ଥୀ ସୁଫଳ ପାଇବେ।
କର୍କଟ: ପରିବାରରେ ଶାନ୍ତିର ବାତାବରଣ ସୃଷ୍ଟି ହେଲେ ବି ସୁଖ ମିଳିବ। କଷ୍ଟ ସାଧ୍ୟ ସାମାନ୍ୟ ଅସୁସ୍ଥତା ଅନୁଭବ କରିବେ। ସନ୍‌ମାର୍ଗୀ ହେବେ। ଜିତେନ୍ଦ୍ରିୟ ହୋଇପାରନ୍ତି। ପାପପ୍ରତି ବିମୁଖ ହେବେ। ବିଦ୍ୟାର୍ଥୀ ସଫଳ ହେବେ।
ସିଂହ: ଆର୍ଥିକ ସମସ୍ୟାର ସମାଧାନ ହେବ। ସୁଖ ସମ୍ଭୋଗରେ ଦିନଟି ବିତିବ। ବନ୍ଧୁମେଳରେ ରହି ଅପାର ଆନନ୍ଦ ଲାଭ କରିପାରନ୍ତି। ବ୍ୟବସାୟ ଲାଭଜନକ ହେବ। ଅବିବାହିତଙ୍କର ମନୋରମା କନ୍ୟା ସହିତ ବିବାହ ସ୍ଥିର ହେବ।
କନ୍ୟା: ଆମୋଦ ପ୍ରମୋଦ ପ୍ରତି ଆକର୍ଷିତ ହୋଇପାରନ୍ତି। ଶତ୍ରୁ ଦମନ କରିବା ଯୋଜନାରେ ସଫଳତା ମିଳିବ। ଦେହ ଭଲ ରହିବ। କିଛି ଅର୍ଥ ମିଳିପାରେ। କୃଷିକ୍ଷେତ୍ର ଲାଭଦାୟକ ହେବ। ବିଦ୍ୟାର୍ଥୀ କୃତକାର୍ଯ୍ୟ ହେବେ।
ତୁଳା: ନୂତନ କାର୍ଯ୍ୟରେ ହାତ ଦେବା ପୂର୍ବରୁ ବିଜ୍ଞ ଲୋକଙ୍କ ପରାମର୍ଶ ନେବେ। କର୍ମଚଞ୍ଚଳ ରହିପାରନ୍ତି। ହଠାତ୍‌ କିଛି ଧନ ମିଳିପାରେ। ବ୍ୟବସାୟ ଅତ୍ୟନ୍ତ ଲାଭଜନକ ହୋଇପାରେ। ସାହସୀ ଓ ଜ୍ଞାନୀ ହେବେ। ବିଦ୍ୟାର୍ଥୀ ସନ୍ତୁଷ୍ଟ ହେବେ।
ବିଛା: ନିଜର ନ୍ୟାଯ୍ୟ ଦାବି ଉପସ୍ଥାପିତ କରିପାରନ୍ତି। କୃଷିକର୍ମକାରୀ ହେବେ। ଯାନବାହନ ଜନିତ ସୁଖ ଭୋଗ କରିବେ। ଦୟାଳୁ ସ୍ୱଭାବର ହେବେ। ବିଦ୍ୟାର୍ଥୀଙ୍କୁ ସଫଳତା ମିଳିବ।
ଧନୁ: ଆୟ ବ୍ୟୟ ସମାନ୍ତରାଳରେ ଗତି କରିବ। ସାଇତି ନ ରଖିଲେ ଦ୍ରବ୍ୟ ନଷ୍ଟ ହୋଇପାରେ। ବିବାଦରେ ବିଜୟ ଲାଭ କରିବେ। ସର୍ବଜନ ଆଦୃତ ହୋଇପାରନ୍ତି। ଗୁଣଯୁକ୍ତ ଓ କାବ୍ୟ ଶାସ୍ତ୍ରାନୁରକ୍ତ ହେବେ। ବିଦ୍ୟାର୍ଥୀ କୃତକାର୍ଯ୍ୟ ହେବେ।
ମକର: ପ୍ରିୟ ଲୋକଙ୍କ ସହିତ ମତାନ୍ତର ଘଟି ପାରେ। ସ୍ତ୍ରୀ ବିଳାସୀ ହେବେ। ବନ୍ଧୁ ସୁଖ ମିଳିପାରେ। ବିଭିନ୍ନ ଦିଗରୁ ଧନାଗମ ହେବାର ସୂଚନା ମିଳୁଛି। ବିଦ୍ୟାର୍ଥୀ ଯତ୍ନଶୀଳ ଓ ଭାଗ୍ୟବାନ ହୋଇପାରନ୍ତି।
କୁମ୍ଭ: ସୌଜନ୍ୟତା ପ୍ରକାଶ କରିପାରନ୍ତି। ଧନବାନ ହେବେ। ଅପାର ଗୁଣର ଅଧିକାରୀ ହେବେ। ଉପାର୍ଜନକାରୀ ହେବେ। ଶକ୍ତିମାନ ହୋଇପାରନ୍ତି। ଚତୁରତାର ସହ କାର୍ଯ୍ୟ କରି ସଫଳତା ଲାଭ କରିବେ। ବିଦ୍ୟାର୍ଥୀ ସୁଫଳ ପାଇବେ।
ମୀନ: ଘାତଚନ୍ଦ୍ର ପାଇଁ ସତର୍କ ରହିବା ସହିତ ରୁଦ୍ରାଂଶ ଭଜନ କରିପାରନ୍ତି। ସତ୍‌କର୍ମରେ ବ୍ୟୟ କରିବେ। ସ୍ୱାଭିମାନୀ ହେବେ। ମଧୁରଭାଷୀ ହୋଇପାରନ୍ତି। ଚକ୍ଷୁପୀଡ଼ା ଅନୁଭବ କରିପାରନ୍ତି। ବିଦ୍ୟାର୍ଥୀଙ୍କ ଉଦ୍ୟମରେ ସଫଳତା ରହିଛି।

Leave A Reply