୧ଲକ୍ଷ ୨୦ ହଜାର କୋଟିର ବଜେଟ ଚିଠା ଅନୁମୋଦିତ

0

ଭୁବନେଶ୍ୱର: ମନ୍ତ୍ରିପରିଷଦ ବୈଠକରେ ୨୦୧୮-୧୯ ଆର୍ଥିକବର୍ଷ ପାଇଁ ପ୍ରାୟ ୧ଲକ୍ଷ ୨୦ ହଜାର କୋଟିର ବଜେଟ ଚିଠା ପ୍ରସ୍ତାବକୁ ଅନମୋଦନ ମିଳିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ମନ୍ତ୍ରିପରିଷଦ ବୈଠକରେ କୃଷି, ନଗର ଉନ୍ନୟନ ଏବଂ ସ୍ୱାସ୍ଥ୍ୟ ବିଭାଗ ସମେତ ଅନ୍ୟ କେତେକ ବିଭାଗ ପାଇଁ ଚିଠା ପ୍ରସ୍ତାବରେ ହୋଇଥିବା ବ୍ୟୟବରାଦ ବୃଦ୍ଧି ନେଇ ପ୍ରସ୍ତାବ ଆସିଥିଲା। ଆସନ୍ତା ୨୦ ତାରିଖରୁ ବିଧାନସଭାର ବଜେଟ ଅଧିବେଶନ ଆରମ୍ଭ ହେଉଛି। ୨୩ ତାରିଖରେ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ବଜେଟ ଉପସ୍ଥାପନ କରିବେ। ମାର୍ଚ୍ଚ ୩୧ ତାରିଖରେ ଆର୍ଥିକବର୍ଷର ପ୍ରଥମ ଚାରିମାସ ପାଇଁ କାମଚଳା ବଜେଟ ଉପରେ ବ୍ୟୟମଞ୍ଜୁରୀ ବିଧେୟକ ପାରିତ ହେବ। ଆର୍ଥିକବର୍ଷର ପ୍ରଥମ ଚାରିମାସ ପାଇଁ ପ୍ରାୟ ୫୦ହଜାର କୋଟି ଟଙ୍କାର କାମଚଳା ବଜେଟ ଆସିବ ବୋଲି ପ୍ରସ୍ତାବ ରହିଛି। ଏପ୍ରିଲ ୩୦ ତାରିଖରେ ପୂର୍ଣ୍ଣାଙ୍ଗ ବଜେଟ ଉପରେ ବ୍ୟୟମଞ୍ଜୁରୀ ବିଧେୟକ ପାରିତ ହେବ।

Leave A Reply