ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତକୁ ୪ର୍ଥ ସ୍ୱର୍ଣ୍ଣ

0

ଗୋଲଡ୍‍ କୋଷ୍ଟ : ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତ ୪ର୍ଥ ସ୍ୱର୍ଣ୍ଣ ପଦକ ଜିତିଛି। ଭାରୋତ୍ତୋଳନରେ ଭାରତ ୪ଟି ଯାକ ସ୍ୱର୍ଣ୍ଣ ପଦକ ବିଜୟୀ ହୋଇଛି। ଶନିବାର ଭାରତର ସତିଶ କୁମାର ଶିବଲିଙ୍ଗମ୍‍ ୭୭ କି.ଗ୍ରା ଭାରୋତ୍ତୋଳନରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ସେହିପରି ରାଗଲା ଭେଙ୍କଟ ରାହୁଲ ୮୫ କି.ଗ୍ରା ବର୍ଗରେ ଭାରତ ପାଇଁ ଚତୁର୍ଥ ସ୍ୱର୍ଣ୍ଣ ପଦକ ବିଜୟୀ ହୋଇଛନ୍ତି ।
ଶିବଲିଙ୍ଗମ୍‍ ୭୭ କି.ଗ୍ରା ବର୍ଗରେ ସ୍ନାଚରେ ୧୪୪ଏବଂ ଜର୍କରେ ୧୭୩ କିଗ୍ରା ଭାର ଉଠାଇ ସର୍ବେଶ୍ରଷ୍ଠ ପ୍ରଦର୍ଶନ କରିଛନ୍ତି। ସେ ମୋଟ ୩୧୭ ପଏଣ୍ଟ ସ୍କୋର କରିଥିଲେ।
ସେହିପରି ରାହୁଲ ୮୫ କି.ଗ୍ରା ବର୍ଗରେ ସ୍ନାଚରେ ୧୫୧ ଏବଂ ଜର୍କରେ ୧୮୭ କିଗ୍ରା ଭାର ଉଠାଇ ଥିଲେ। ସେ ମୋଟ ୩୩୮ ପଏଣ୍ଟ ସ୍କୋର ସହିତ ସ୍ୱର୍ଣ୍ଣ ପଦକ ବିଜୟୀ ହୋଇଛନ୍ତି। ପୂର୍ବରୁ ସଂଜିତା ଓ ମୀରାବାଇ ଚାନୁ ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଜିତିଥିଲେ।

Leave A Reply