ରହେମାନର ଭାଇ ଗୁରୁତର

0

ଜଗତପୁର: ଜଗତପୁର ଥାନା ଅନ୍ତର୍ଗତ ଡେଲ୍‌ଟା କଲୋନୀ ନିକଟରେ ଦାଦାବଟିକୁ ନେଇ ବୁଧବାର ରାତିରେ ଗୁଳିକାଣ୍ଡ ଘଟିଛି। ଗୁଳିମାଡ଼ରେ ଆତଙ୍କବାଦୀ ସଂଗଠନ ସହିତ ସମ୍ପୃକ୍ତ ଥିବା ଅଭିଯୋଗରେ ଗିରଫ ହୋଇଥିବା ଅବଦୁର ରହେମାନର ଭାଇ ତାହେର ଅଲ୍ଲି ଖାନ୍‌ ଆହତ ହୋଇଛନ୍ତି। ଆହତ ତାହେରଙ୍କୁ ପୁଲିସ ଉଦ୍ଧାର କରି ଜଗତପୁରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଇଥିଲା। ସେଠାରେ ସ୍ବାସ୍ଥ ଅବସ୍ଥା ଗୁରୁତର ହୋଇପଡିବାରୁ ରାତିରେ ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଦାଦାବଟିକୁ ନେଇ ଏହି ଗୁଳିକାଣ୍ଡ ଘଟିଥିବା ପୁଲିସ ପ୍ରାଥମିକ ତଦନ୍ତରୁ ଜଣାପଡିଛି।
ଅଭିଯୁକ୍ତଙ୍କୁ ଗିରଫ ପାଇଁ ବିଭିନ୍ନ ଅଞ୍ଚଳରେ ଚଢ଼ଉ ଜାରି ରଖିଥିଲେ ମଧ୍ୟ ଦୁର୍ବୃତ୍ତଙ୍କ ସମ୍ପର୍କରେ କୌଣସି ସୁରାକ ପାଇପାରିନାହିଁ।
ପୁଲିସ ସୂତ୍ରରୁ ପ୍ରକାଶ, ପଶ୍ଚିମକଚ୍ଛ ପଞ୍ଚାୟତ ସାତବାଟିଆ ଗ୍ରାମର ତାହେର୍‍ ଅଲ୍ଲୀଖାନ ଜଳସେଚନ ବିଭାଗର ଏକ କାମ ପାଇଁ ଟେଣ୍ଡର ପକାଇଥିଲେ। ତାଙ୍କ ନାମରେ ଟେଣ୍ଡର ଉଠିଥିଲା। ଟେଣ୍ଡର ପାସ ହେବା ପରେ ତାଙ୍କ ନିକଟକୁ ମଙ୍ଗଳବାର ଏକ ଫୋନକଲ ଆସିଥିଲା। ଆମକୁ ଦେଖା କର ନଚେତ୍‍ ଟେଣ୍ଡର କାର୍ଯ୍ୟରୁ ଓହରିଯାଅ। ନଚେତ୍‍ ଜୀବନରୁ ମାରି ଦିଆଯିବ ବୋଲି ଫୋନରେ ତାଙ୍କୁ ଧମକ ମିଳିଥିଲା। ଏହି ଘଟଣାର ସମାଧାନ କରିବା ପାଇଁ ସେ ୫ଜଣ ସହଯୋଗୀଙ୍କ ସହ ଡେଲଟା କଲୋନୀକୁ ଯାଇଥିଲେ। ଏକ ଘରେ ବସିଥିବା ୪/୫ଜଣ ଯୁବକଙ୍କ ସହ ତାହେରଙ୍କର ଟେଣ୍ଡରକୁ ନେଇ ଯୁକ୍ତିତର୍କ ହୋଇଥିଲା। ଏହି ସମୟରେ ଜଣେ ଯୁବକ ହଠାତ୍‍ ତାହେରଙ୍କ ସହ ଆସିଥିବା ଯୁବକଙ୍କୁ ବନ୍ଧୁକ ଦେଖାଇ ଭୟଭୀତ କରିଥିଲେ। ଏହାପରେ ସେମାନେ ତାହେରଙ୍କୁ ଲୁହାରଡରେ ଆକ୍ରମଣ କରିଥିଲେ। ତାହେର ଚିତ୍କାର କରିବାରୁ ଜଣେ ଯୁବକ ପାଖରେ ରଖିଥିବାରୁ ବନ୍ଧୁକରୁ ତାହେରଙ୍କ ବାମ ଗୋଡକୁ ୨ଟି ଓ ଡାହାଣ ଗୋଡକୁ ଗୋଟିଏ ରାଉଣ୍ଡ ଗୁଳି କରିଥିଲେ। ଆହତ ତାହେରଙ୍କୁ ଏକ ବାଇକରେ ବସାଇ କେନ୍ଦ୍ରାପଡା କେନାଲ ବନ୍ଧରାସ୍ତାର ଏକ ସ୍କୁଲ ନିକଟରେ ଫିଙ୍ଗି ଦେଇ ଦୁର୍ବୃତ୍ତମାନେ ଫେରାର ହୋଇଯାଇଥିଲେ। ତାହେରଙ୍କ ସହ ଯାଇଥିବା ଯୁବକମାନେ ତାଙ୍କୁ ଉଦ୍ଧାରକରି ଜଗତପୁରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଖବରପାଇ ଏସିିପି ତ୍ରିନାଥ ମିଶ୍ର ଓ ଡିସିପି ଅଖିଳେଶ ସିଂ ଘଟଣାସ୍ଥଳରେ ପହଞ୍ଚି ତାହେରଙ୍କୁ ଘଟଣା ସମ୍ପର୍କରେ ପଚରାଉଚରା କରିଥିଲେ। ଜଗତପୁର ପୁଲିସ ପକ୍ଷରୁ ତନାଘନା କରାଯିବା ସହ ୨ଟି ବାଇକ୍‍ ଜବତ କରିଥିବା ଜଣାପଡିଛି।
ରହେମାନର ଭାଇ…

Leave A Reply