ଋଷ୍‌ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ପରମାଣୁ ଯୁଦ୍ଧାସ୍ତ୍ର  ତିଆରି କରିଛି: ଋଷ୍‌ ରାଷ୍ଟ୍ରପତି ପୁତିନ

0

ମସ୍କୋ: ଋଷ୍‌ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ପରମାଣୁ ଯୁଦ୍ଧାସ୍ତ୍ର ତିଆରି କରିଛି । ପରମାଣୁ ଯୁଦ୍ଧାନ୍ତ୍ର ବହନ କରୁଥିବା  ଋଷ୍‌ର ହାଇପର ସୋନିକ କ୍ଷେପଣାସ୍ତ୍ରକୁ   ଉତ୍‌କ୍ଷପେଣ  କରାଯିବା ପରେ ରୋକାଯାଇ ପାରିବ ନାହିଁ ବୋଲି ସେ ସୂଚନା ଦେଇଛନ୍ତି । ନାଟୋ ଓ ଆମେରିକାର କ୍ଷେପଣାସ୍ତ୍ର ଋଷ୍‌ର ଏହି ନୂତନ ଯୁଦ୍ଧାସ୍ତ୍ରର ସମକକ୍ଷ ନୁହନ୍ତି ବୋଲି  ପୁତିନ ସୂଚନା ଦେଇଛନ୍ତି । ଏହି କ୍ଷପଣାସ୍ତ୍ର ବିଶ୍ୱର ଯେ କୌଣସି ସ୍ଥାନକୁ ଲକ୍ଷ୍ୟ ଭେଦ କରି ପାରବ ସେ ପ୍ରକାଶ କରିଛନ୍ତି ।

 

ବିଶ୍ୱରେ ସ୍ଥିରତା ବଜାୟ ରଖିବା ପାଇଁ ଏହି ଯୁଦ୍ଧାସ୍ତ୍ର ସବୁ କାମରେ ଆସିବ ବୋଲି ପୁତିନ ପ୍ରକାଶ କରିଛନ୍ତି । ଋଷ୍‌ ବାର୍ଷିକ ରାଷ୍ଟ୍ରୀୟ ଅଧିବେଶନରେ ସେ ଏହି ହାଇପରସୋନିକ୍‌ କ୍ଷେପଣାସ୍ତ୍ର ଓ  ପରମାଣୁ ଅସ୍ତ୍ର ବିଷୟରେ  ରାଷ୍ଟ୍ରପତି ପୁତିନ୍‌ ସୂଚନା ଦେଇଛନ୍ତି ।  ପରମାଣୁ ଯୁଦ୍ଧାସ୍ତ୍ର ବହନ କରିପାରୁଥିବା  କ୍ଷେପଣାସ୍ତ୍ର ହାଇପର ସୁପରସେନିକ , ମହାସାଗର ତଳେ ବି ଏହା ଶତ୍ରୁ ଦେଶ ଉପରେ ଆକ୍ରମଣ କରି ପାରିବ ।

ଆଗକୁ ଋଷ୍‌ ରେ ରାଷ୍ଟ୍ରପତି ନିର୍ବାଚନ ଥିବାରୁ ମତଦାତାଙ୍କୁ ନିଜ ସପକ୍ଷରେ କରିବା ପାଇଁ ସେ ଏପରି ମନ୍ତବ୍ୟ ଦେଇ ପାରିଥାଆନ୍ତି ବୋଲି ଆମେରିକାର ବିଭିନ୍ନ ରକ୍ଷା ବିଶେଷଜ୍ଞମାନେ ପ୍ରକାଶ କରିଛନ୍ତି

Leave A Reply