ରୁଦ୍ରାକ୍ଷ ଅସଲି ବୋଲି ଜାଣିବେ କିପରି

0

ହିନ୍ଦୁଧର୍ମରେ ରୁଦ୍ରାକ୍ଷର ଅନେକ ମହତ୍ତ୍ୱ ରହିଥିବା ବିଶ୍ୱାସ କରାଯାଏ। ଭଗବାନ ଶିବଙ୍କ ସହ ରୁଦ୍ରାକ୍ଷର ସଂଯୋଗ ରହିଛି ବୋଲି ବିବେଚନା ରହିଛ। ଖରାପ ନଜରରୁ ରକ୍ଷା ପାଇବାପାଇଁ ଲୋକମାନେ ରୁଦ୍ରାକ୍ଷର ବ୍ୟବହାର କରିଥାନ୍ତି। ଏହା ବ୍ୟତୀତ ରୁଦ୍ରାକ୍ଷ ପନ୍ଧିିବା ଦ୍ୱାରା ହୃଦୟ ଭଲରହିବା, ମାନସିକ ଚିନ୍ତା ଦୂର ହୁଏ, ରକ୍ତଚାପ ଆଦି ରୋଗରୁ ମୁକ୍ତି ମିଳିଥାଏ। ବିଭିନ୍ନ ଧାର୍ମିକ ସ୍ଥାନଠାରୁ ଆରମ୍ଭ କରି ଦୋକାନମାନଙ୍କରେ ରୁଦ୍ରାକ୍ଷ ବିକ୍ରି କରାଯାଏ।
ଏକ ଅଧ୍ୟୟନରୁ ଜଣାପଡିଛି ଯେ ଦୋକାନମାନଙ୍କରେ ନକଲି ରୁଦ୍ରାକ୍ଷ ବିକ୍ରି କରାଯାଉଛି। ଏହି ରୁଦ୍ରାକ୍ଷ ବିକ୍ରି କରି ବେପାରୀ ମାନେ ଭଲ ରୋଜଗାର କରୁଛନ୍ତି। ଭାରତରେ ୩୩ପ୍ରଜାତିର ରୁଦ୍ରାକ୍ଷ ରହିଛି। ବଜାରରେ ବିକ୍ରି କରାଯାଉଥିବା ରୁଦ୍ରାକ୍ଷ ତିନି ମୁଖରୁ କମ ଏବଂ ସାତ ମୁଖରୁ ଅଧିକ ଥିବା ରୁଦ୍ରାକ୍ଷ ନକଲି ଅଟେ।
ଜ୍ୟୋତିଷମାନଙ୍କ ମତରେ ଇଲେଇଆର୍କୋପର୍ସ ଗୌନିଟର୍ସ ପ୍ରଜାତିର ରୁଦ୍ରାକ୍ଷକୁ ଶୁଦ୍ର ରୁିଦ୍ରାକ୍ଷ ବୋଲି କୁହାଯାଏ। ସେହିପରି ଇଲେଇଆର୍କୋପର୍ସ ଲେକୁନସସ୍‍ କୁ ନକଲି ବୋଲି ବିବେଚନା କରାଯାଏ। ଅଧ୍ୟନୟରୁ ଜଣାପଡିଛି ଯେ, ଭାଙ୍ଗିଯାଇଥିବା ରୁଦ୍ରାକ୍ଷକୁ ଯୋଡି ନୂଆ ରୁଦ୍ରାକ୍ଷ ତିଆରି କରାଯାଉଛି।
ଅସଲି ରୁଦ୍ରାକ୍ଷକୁ ଜାଣିବେ କିପରି-
-ଅସଲି ରୁଦ୍ରାକ୍ଷ ମାନଙ୍କରେ ପ୍ରାକୃତିକ ଆକାର ରହିଥାଏ। ନକଲି ରୁଦ୍ରାକ୍ଷ ମାନଙ୍କରେ କୃତିମ ରୂପେ କଣା କରାଯାଏ।
-ସୋରିଷ ତେଲରେ ଅସଲି ରୁଦ୍ରାକ୍ଷକୁ ବୁଡାଇବା ଦ୍ୱାରା ଏହାର ରଙ୍ଗ ଛାଡିନଥାଏ, କିନ୍ତୁ ନକଲି ରୁଦ୍ରାକ୍ଷର ରଙ୍ଗ ଛାଡିଯାଇଥାଏ।
-ଅସଲି ରୁଦ୍ରାକ୍ଷକୁ ପାଣିରେ ବୁଡାଇବା ଦ୍ୱାରା ସେ ବୁଡିଯାଏ, କିନ୍ତୁ ନକଲି ରୁଦ୍ରାକ୍ଷ ପାଣିରେ ଭାସିଥାଏ।
-କୌଣସି ଏକ ମୁନିଆ ଜିନିଷରେ ରୁଦ୍ରାକ୍ଷକରୁ ଯଦି ରସ ବାହାରିଥାଏ, ତାହା ଅସଲି ରୁଦ୍ରାକ୍ଷ ହୋଇଥାଏ।

Leave A Reply