ଗୋଟିଏ ମଞ୍ଚରେ ଏକାଠି ହେଲେ  ରତନ ଟାଟା ଓ ଆର୍‌ଏସ୍‌ଏସ୍‌ ମୁଖ୍ୟ ମୋହନ ଭାଗବତ

0

ମୁମ୍ବଇ.-  ଗୋଟିଏ ମଞ୍ଚରେ  ଆର୍‌ଏସ୍‌ଏସ୍‌ ମୁଖ୍ୟ ମୋହନ ଭାଗବତ ଓ ଟାଟା ସନ୍ସର ପୂର୍ବତନ  ଅଧ୍ୟକ୍ଷ ରତନ ଟାଟାଙ୍କୁ ଦେଖିବାକୁ ମିଳିଛି ।  ଆର୍‌ଏସ୍‌ଏସ୍‌ର ପୂର୍ବତନ ପ୍ରଚାରକ ସ୍ୱର୍ଗତଃ ନାରାୟଣ ହରି ପାଲେକରଙ୍କ ସ୍ମୃତିରେ ଆୟୋଜିତ ଏକ ସଭାରେ ଦୁଇଜଣ ଏକଠି ଅତିଥି ଭାବେ ଗୋଟିଏ ମଞ୍ଚରେ ବସିଥିଲେ ।

ପୂର୍ବରୁ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୂଖାର୍ଜୀ ନାଗପୁରରେ ଆର୍‌ଏସ୍‌ଏସ୍‌ର ଏକ  ସଭାରେ ଅଂଶ ଗ୍ରହଣ କରିଥିଲେ । ଏହାକୁ ନେଇ ଅନେକ ଚର୍ଚ୍ଚା ହୋଇଥିଲା ।

ରତନ ଟାଟା ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଅଂଶଗ୍ରହଣ କରିଥିଲେ । ଆର୍‌ଏସ୍‌ଏସ୍‌ ମୁଖ୍ୟ ମୋହନ ଭାଗବତ ଏହି ଅବସରରେ ମାନବ ସେବା , ଏକତା  ଓ ଭାତୃତ୍ୱର କଥା କହିଥିଲେ । ସମାଜର ଉନ୍ନତି ସହ ପରସ୍ପର ମଧ୍ୟରେ ସହଯୋଗ ରହିବା ଉଚିତ୍‌ ବୋଲି ଏହି ଅବସରରେ ପ୍ରକାଶ କରିଥିଲେ । ମୋହନ ଭାଗବତ୍‌ ଏହି ଅବସରରେ ଟାଟାଦ୍ୱାରା  କରାଯାଉଥିବା ଅନେକ ସମାଜସେବାର ପ୍ରଶଂସା କରିଥିଲେ । ରତନ ଟାଟା ଉଦ୍‌ବୋଧନଏହି ସ୍ମୃତି ସଭାରେ ଦେଇ ନଥିଲେ ।

Leave A Reply