ମହିଳାଙ୍କୁ ଜାଣିଶୁଣି ସ୍ପର୍ଶ କରି ଅସଦାଚରଣ କରୁଥିବା ରେଳବାଇ ପୁଲିସ ନିଲମ୍ବିତ

0

ମୁମ୍ବାଇ:  ମୁମ୍ବାଇ କଲ୍ୟାଣ ଷ୍ଟେସନ୍‌ରେ ଏକ ବେଞ୍ଚରେ ବସିଥିବା ମହିଳାଙ୍କ ପିଠିକୁ ବରମ୍ବାର ଖରାପ ଉଦ୍ୟେଶରେ ସ୍ପର୍ଶ କରୁଥିବା ରେଳବାଇ ପୁଲିସ୍‌ ବା ଆର୍‌ପିଏଫ୍‌ କନେଷ୍ଟବଳଙ୍କ ଭିଡିଓ ଭାଇରାଲ ହେବାପରେ ତାଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଛି । ପୁଲିସ ପୋଷାକରେ ରହି ସେ ଏପରି ଅସଦାଚରଣ କରୁଥିବାର ଭିଡିଓ ଭାଇରାଲ୍‌ ହୋଇଥିଲା । ଏହି କନେଷ୍ଟବଳ ଜଣଙ୍କ ସେଠାରେ ମହିଳାମାନଙ୍କର ସୁରକ୍ଷା ପାଇଁ ମୁତୟନ ହୋଇଥିଲେ । ଏହାପରେ ସେ ବେଞ୍ଚରେ ବସିଥିଲେ, ସେଠାରେ ଥିବା ଜଣେ ମହିଳାଙ୍କ ପିଠିକୁ ଖରାପ ଉଦ୍ୟେଶରେ ବାରମ୍ବାର ସ୍ପର୍ଶ କରିଥିଲେ । କିଛି ଯାତ୍ରୀ ଏହାକୁ ନିଜ ମୋବାଇଲ୍‌ରେ ସୁଟିଂ କରିଥିଲେ। ଅନ୍ୟ ଜଣେ ଯାତ୍ରୀ କନେଷ୍ଟବଳଙ୍କୁ ଚାପୁଡି ମାରିଥିଲେ ।

ଏହାପରେ  ସେ ସେଠାରୁ ପଳାଇଯିବା ପାଇଁ ଉଦ୍ୟମ କରିଥିଲେ । ଏହି ଭିଡିଓ ଭାଇରାଲ୍‌ ହେବାପରେ ବିଭିନ୍ନ ଖବର ପ୍ରକାଶନ ସଂସ୍ଥାରେ ଖବର ପ୍ରକାଶିତ ହୋଇଥିଲା । ଅଭିଯୁକ୍ତ  କନେଷ୍ଟବଳକୁ ନିଲମ୍ବିତ କରାଯାଇଛି । ସେ ସେବେଠାରୁ ଫେରାର ହୋଇଯାଇଥିଲେ ।

Leave A Reply