ଭାରତୀୟ ବଜାରକୁ ଆସିଲା ରୟାଲ ଏନଫିଲ୍ଟର ଥଣ୍ଡରବାର୍ଡ ୫୦୦ଏକ୍ସ ଏବିଏସ୍‍

0

ନୂଆଦିଲ୍ଲୀ : ଲୋକପ୍ରିୟ ଅଟୋମୋବାଇଲ କମ୍ପାନୀ ରୟାଲ ଏନଫିଲ୍ଟ ଥଣ୍ଡରବାର୍ଡ ୫୦୦ଏକ୍ସ ଏବିଏସ୍‍ ମଡେଲ ବାଇକ ଭାରତୀୟ ବଜାରରେ ପ୍ରବେଶ କରିଛି। ଏହି ବାଇକର ମୂଲ୍ୟ କମ୍ପାନୀ ୨.୬୦ ଲକ୍ଷ ଟଙ୍କା ରଖିଛି। ସମଗ୍ର ଦେଶରେ ଗ୍ରାହକ ମାନେ ଏହାର ବୁକିଂ ଆରମ୍ଭ କରିଥିବା କମ୍ପାନୀ ସୂଚନା ଦେଇଛି। ଗ୍ରାହକ ମାନେ ୫ହଜାର ଟଙ୍କା ଟୋକେନ ଦେଇ ବାଇକ ବୁକିଂ କରିବାର ଯୋଜନା ରହିଛି। ପୂର୍ବ ମଡେଲ ବାଇକ ପରି କମ୍ପାନୀ ଏହି ମଡେଲ ବାଇକରେ ମଧ୍ୟ କୌଣସି ପରିବର୍ତ୍ତନ କରିନଥିବା ସୂଚନା ଦେଇଛନ୍ତି।
ବାଇକରେ ୪୯୯ସିସି ଏୟାର କୁଲ୍ଡ ସିଙ୍ଗଲ ସିଲିଣ୍ଡର ଇଞ୍ଜିନ ରହିଛି। ଏହା ବ୍ୟତୀତ ବାଇକର ସମ୍ମୁଖ ଚକରେ ୨୮୦ ଏମଏମ ଡିସ ଏବଂ ପଛ ଚକରେ ୨୪୦ଏମଏମ ଡିସବ୍ରେକ ରହିଛି।

Leave A Reply