ଦିନିକିଆରେ ଦ୍ରୁତ ୮୦୦୦ ରନ୍‌ କରିବାରେ ୩ୟ କ୍ରିକେଟର ହେଲେ ରୋହିତ

0

ନୂଆଦିଲ୍ଲୀ : ବୁଧବାର ଏଠାରେ ଅଷ୍ଟ୍ରେଲିଆ ବିପକ୍ଷରେ ପଞ୍ଚମ ଦିନିକିଆ ଖେଳୁଥିବାବେଳେ ଭାରତର ଓପନିଂ ବ୍ୟାଟସମ୍ୟାନ ରୋହିତ ଶର୍ମା ଆଉ ଏକ ରେକର୍ଡର ଅଧିକାରୀ ହୋଇପାରିଛନ୍ତି। ଉକ୍ତ ମ୍ୟାଚରେ ୪୬ ରନ କରିଥିବାବେଳେ ରୋହିତ ଏହି ଫର୍ମାଟରେ ୮୦୦୦ ରନ ପୂରଣ କରିଛନ୍ତି। ଦ୍ରୁତ ୮୦୦୦ ରନ କରିବାରେ ରୋହିତ ବିଶ୍ବର ତୃତୀୟ କ୍ରିକେଟର ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ରୋହିତ ୨୦୦ଟି ଇନିଂସରେ ଏହି ମାଇଲଖୁଣ୍ଟ ଛୁଇଁଥିବାବେଳେ ବିରାଟ କୋହଲି (୧୭୫ ଇନିଂସ) ପ୍ରଥମ ଓ ଦକ୍ଷିଣ ଆଫ୍ରିକାର ଏବି ଡି’ଭିଲିୟର୍ସ (୧୮୨ ଇନିଂସ) ଦ୍ବିତୀୟ ସ୍ଥାନରେ ରହିଛନ୍ତି। ୩୧ ବର୍ଷୀୟ ରୋହିତ ଏପର୍ଯ୍ୟନ୍ତ ଦିନିକିଆରେ ୨୨ଟି ଶତକ ଓ ୪୧ଟି ଅର୍ଦ୍ଧଶତକ ହାସଲ କରିଛନ୍ତି। ଏଭଳି ସଫଳତାରେ ବିସିସିଆଇ ପକ୍ଷରୁ ତାଙ୍କୁ ଅଭିନନ୍ଦନ ଜ୍ଞାପନ କରାଯାଇଛି।

Leave A Reply