ଆସିଥିଲେ ଭଉଣୀର ଚତୁର୍ଥୀ ଭାର ନେଇ, ନେଲେ ଜଳ ସମାଧି

0

ଯାଜପୁର: ଯାଜପୁର ଜିଲା ବରୀ ବ୍ଲକ ଅନ୍ତର୍ଗତ ଭଅଁରା ପଂଚାୟତର ଖରସ୍ରୋତା ନଦୀର ତନ୍ତୀ ଘାଇ ଚଟୁମାରି ଘାଟ ଠାରେ ଗାଧୋଉଥିବା ସମୟରେ  ତପନ ଜେନା(୧୪)ଙ୍କର ନଦୀରେ ବୁଡି ମୃତ୍ୟୁ ଘଟିଛି । ସ୍ଥାନୀୟ ଲୋକ ନଦୀରୁ ତାପନକୁ ଉଦ୍ଧାର କରି ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ । ସେଠାରେ ଡାକ୍ତର ତାପନଙ୍କୁ ମୃତ ଘୋଷଣା କରିଥିଲେ । ତପନଙ୍କ ଘର ସଂଗୁଆ ବଦେଇପୁର ଗ୍ରାମରେ ବୋଲି ଜଣାପଡିଛି । ଭଅଁଳାରେ ରହୁଥିବା ନବ ବିବାହିତା ଭଉଣୀଙ୍କ ଘରକୁ ଚତୁର୍ଥୀ ଭାର ନେଇ ଆସିଥିଲେ । ଆଜି ନଦୀକୁ  ଶୌଚ କରିବାକୁ ଯାଇଥିବା ବେଳେ ଅସାବଧାନତାବଶତଃ ଗୋଡ ଖସିଯିବାରୁ ବୁଡିଯାଇଥିବା ଅନୁମାନ କରାଯାଉଛି ।

Leave A Reply