୩ ମାସର ସର୍ବୋଚ୍ଚସ୍ତରରେ ଖୁଚୁରା ମୁଦ୍ରାସ୍ଫୀତି

0

ନୂଆଦିଲ୍ଲୀ : ଫେବୃଆରୀ ମାସରେ ଖୁରୁରା ମୁଦ୍ରାସ୍ଫୀତି ୩ ମାସର ସର୍ବୋଚ୍ଚସ୍ତରରେ ପହଞ୍ଚିଛି। ଏହାସହ ଉଦ୍ୟୋଗିକ ଉତ୍ପାଦନ ହାରରେ ହ୍ରାସ ପରିଲକ୍ଷିତ ହୋଇଛି। ଫେବୃଆରୀ ମାସରେ ଖୁଚୁରା ମୁଦ୍ରାସ୍ଫୀତି ବୃଦ୍ଧି ପାଇ ୨.୫୭%ରେ ପହଞ୍ଚିଛି। ଜାନୁଆରୀରେ ଖୁଚୁରା ମୁଦ୍ରାସ୍ଫୀତି ୧.୯୭% ଥିଲା। ଗତ ବର୍ଷ ଫେବୃଆରୀରେ ଖୁଚୁରା ମୁଦ୍ରାସ୍ଫୀତି ୪.୪% ଥିଲା। ସେହିପରି ଉଦ୍ୟୋଗିକ ଉତ୍ପାଦନ ବୃଦ୍ଧି ହାର ହ୍ରାସ ପାଇ ୧.୭%ରେ ପହଞ୍ଚିଛି। ଡିସେମ୍ବରରେ ଉଦ୍ୟୋଗିକ ଉତ୍ପାଦନ ହାର ୨.୪% ଥିଲା। ବର୍ଷେ ପୂର୍ବରୁ ଏହି ସମୟରେ ଉଦ୍ୟୋଗିକ ଉତ୍ପାଦନ ଦ୍ୱାରା ୭.୫% ଥିଲା। ଉପଭୋକ୍ତା ମୂଲ୍ୟ ସୂଚକାଙ୍କ (ସିପିଆଇ) ତଥ୍ୟ ଅନୁସାରେ ବିନିର୍ମାଣ କ୍ଷେତ୍ରରେ ଉତ୍ପାଦନ ମଧ୍ୟ ହ୍ରାସ ପାଇଛି। ଫେବୃଆରୀରୁ ଖାଦ୍ୟ ମୁଦ୍ରାସ୍ଫୀତି ଶୂନ୍ୟରୁ ୦.୬୬%ର ନିମ୍ନସ୍ତରରେ ପହଞ୍ଚିଛି। ଏହା ପୂର୍ବରୁ ଜାନୁଆରୀରେ ଖାଦ୍ୟ ମୁଦ୍ରାସ୍ଫୀତି ୨.୨୪% ଥିଲା। ନଭେମ୍ବରରୁ ମୁଦ୍ରାସ୍ଫୀତି ଶୂନ୍ୟରୁ ୨.୩୩%ର ନିମ୍ନସ୍ତରରେ ଥିଲା।

Leave A Reply