ପାର୍ଲାମେଣ୍ଟ ମଧ୍ୟ କାଷ୍ଟିଂକାଉଚ୍‍ରୁ ମୁକ୍ତ ନୁହେଁ: ରେଣୁକା ଚୌଧୁରୀ

0

ନୂଆଦିଲ୍ଲୀ: କାଷ୍ଟିଂକାଉଚ୍‍କୁ ନେଇ ଦେଶରେ ବିବାଦ ଜାରି ରହିଥିବା ବେଳେ ସେଥିରେ ଆଉ ଏକ ଫର୍ଦ୍ଦ ଯୋଡ଼ିଛନ୍ତି ପୂର୍ବତନ କଂଗ୍ରେସ ନେତ୍ରୀ ରେଣୁକା ଚୌଧୁରୀ। କାଷ୍ଟିଂକାଉଚ୍‍କୁ ନେଇ ଆଜି ବଲିଉଡ୍‍ କୋରିଓଗ୍ରାଫର ସରୋଜ ଖାନ୍‍ଙ୍କ ବିବାଦୀୟ ମନ୍ତବ୍ୟ ପରେ ରେଣୁକା କହିଛନ୍ତି ଯେ କାଷ୍ଟିଂକାଉଚ କେବଳ ଚଳଚ୍ଚିତ୍ର ଜଗତରେ ସୀମିତ ନୁହେଁ। ଏହା ସବୁଠି ଅଛି। ଏପିରିକି କାଷ୍ଟିଂ କାଉଚ୍‍ ମାନସିକତାରୁ ପାର୍ଲାମେଣ୍ଟ ମଧ୍ୟ ମୁକ୍ତ ନୁହେଁ। ଅପ୍ରିୟ ହେଲେ ମଧ୍ୟ ଏହା ହିଁ ସତ୍ୟ। ଅସଦାଚରଣ ବିରୋଧରେ ଆରମ୍ଭ ହୋଇଥିବା ‘ମି ଟୁ’ ଅଭିଯାନକୁ ତ୍ୱରାନ୍ୱିତ କରିବାର ସମୟ ଆସିଛି ବୋଲି ସେ କହିଛନ୍ତି।

Leave A Reply