ଏକ-ଦୋ-ତିନ୍ ରିମିକ୍ସରେ ଜ୍ୟାକଲିନ୍ , ଅଙ୍ଗଭଙ୍ଗୀ ଶିକ୍ଷିବାକୁ ନେଇଥିଲେ ୩ ମାସ

0

ବଲିଉଡରେ ସିଂହଳ ସୁନ୍ଦରୀ ଭାବେ ଜଣାଯାନ୍ତି ଅଭିନେତ୍ରୀ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜ୍। ଆଜିକାଲି ଖୁବ୍ ଚର୍ଚ୍ଚାରେ ଅଛନ୍ତି ଏହି ଅଭିନେତ୍ରୀ। ଏହା ପଛର ମୁଖ୍ୟ କାରଣ ହେଲା ଏକ-ଦୋ-ତିନ୍ ରିମିକ୍ସରେ ତାଙ୍କ ଅଭିନୟ।

୮୦ ଦଶକର ଚଳଚ୍ଚିତ୍ର ‘ତେଜାବ୍’ର ସୁପରହିଟ୍ ସଙ୍ଗୀତ ‘ଏକ-ଦୋ-ତିନ୍’ ଗୀତକୁ ଲୋକେ ଆଜିଯାଏଁ ଭୁଲିନାହାନ୍ତି। ମାଧୁରୀ ଦୀକ୍ଷିତ ଏହି ଗୀତ ପାଇଁ ହିଁ ରାତାରାତି ସୁପରଷ୍ଟାରର ପରିଚୟ ପାଇଥିଲେ।

ଏହି ଗୀତର ରିମିକ୍ସ ଦେଖିବାକୁ ମିଳିବ ‘ବାଗି-୨’ ଚଳଚ୍ଚିତ୍ରରେ। ସେଥିରେ ମାଧୁରୀଙ୍କୁ ଅନୁକରଣ କରିଛନ୍ତି ଜ୍ୟାକଲିନ୍। ପ୍ରଥମେ ଯେତେବେଳେ ଜ୍ୟାକଲିନଙ୍କୁ ଏହି ଅଫର୍ ମିଳିଲା, ସେ ଉତ୍ସାହିତ ହେବା ସହ ବିବ୍ରତ ହୋଇଥିଲେ।

କାରଣ ମାଧୁରୀଙ୍କ ପରି କଳାକାରଙ୍କ ନୃତ୍ୟଭଙ୍ଗୀକୁ ଅନୁକରଣ କରିବା ଏତେଟା ସହଜ ନଥିଲା। ହେଲେ ମନରେ ସାହସ ଜୁଟାଇ ଜ୍ୟାକଲିନ୍ ଏହି ଚ୍ୟାଲେଞ୍ଜକୁ ଗ୍ରହଣ କଲେ। ତେବେ ଏଥିପାଇଁ ତାଙ୍କୁ ସବୁଠୁ ଅଧିକ ସହାୟତା କରିଥିଲେ ନିଜେ ମାଧୁରୀ।

ପ୍ରଥମରୁ ହିଁ ମାଧୁରୀ ତାଙ୍କୁ ପରାମର୍ଶ ଦେଇଥିଲେ, ଏହା ମୋର ସବୁଠୁ ପ୍ରିୟ ଗୀତ। ଏଣୁ ସାମାନ୍ୟତମ ଭୁଲକୁ ସେ ବରଦାସ୍ତ କରିବେ ନାହିଁ। କଡ଼ା ପ୍ରଶିକ୍ଷଣରେ ଜ୍ୟାକଲିନ୍ ୩ ମାସରେ ଏହି ଗୀତର ଅଙ୍ଗଭଙ୍ଗୀ ଶିକ୍ଷା କରିଥିଲେ। ତେବେ ଜ୍ୟାକଲିନଙ୍କ ମତରେ, ଏହି ଏକ-ଦୋ-ତିନ୍ ପାଇଁ ମାଧୁରୀ ମ୍ୟାଡାମ୍ ହିଁ ଫିଟ୍।

Leave A Reply