ଜିଓ ଜିଗା ଫାଇବରର ଶୁଭାରମ୍ଭ, ୬୯୯ରୁ ୯ ୦୦ ଟଙ୍କା ପର୍ଯ୍ୟନ୍ତ ରହିଛି ପ୍ଲାନ

0

ନୂଆଦିଲ୍ଲୀ : ପୂର୍ବ ଘୋଷଣା ଅନୁସାରେ ସେପ୍ଟେମ୍ବର ୫ ଅର୍ଥାତ ଗୁରୁବାର ରିଲାଏନ୍ସ ଜିଓ ଜିଗା ଫାଇବରର ଶୁଭାରମ୍ଭ ହୋଇଛି। ରିଲାଏନ୍ସ ଜିଓ ପାଖାପାଖି ୧୬୦୦ ସହରରେ ଏହି ସେବା ପ୍ରଦାନ କରିବ। ରିଲାଏନ୍ସ ଜିଓ ୱେଲକମ ଅଫର ଅନୁସାରେ ପ୍ରାରମ୍ଭିକ ଗ୍ରାହକଙ୍କୁ ସେଟ ଟପ ବକ୍ସ ଏବଂ ଏଲଇଡି ଟିଭି ଦିଆଯିବ। ଜିଓ ଜିଗା ଫାଇବର ପ୍ଲାନ ୭୦୦ ଟଙ୍କାରୁ ଆରମ୍ଭ ହେବ। ଆଜିକୁ ଠିକ ୩ ବର୍ଷ ତଳେ ରିଲାଏନ୍ସ ଜିଓର ଆରମ୍ଭ ହୋଇଥିଲା। ଏହି କ୍ରମରେ ଏବେ ଜିଓ ଜିଗା ଫାଇବର ଆରମ୍ଭ ହୋଇଛି । ଜିଓ ଜିଗାଫାଇବର ପ୍ଲାନ ୭୦୦ ଟଙ୍କାରୁ ଆରମ୍ଭ ହୋଇ ୮,୪୯୯ ଟଙ୍କା ପର୍ଯ୍ୟନ୍ତ ରହିବ। ଜିଓ ଜିଗାଫାଇବରରେ ସବୁଠୁ କମ୍ ମୂଲ୍ୟର ପ୍ଲାନରେ ବ୍ୟବହାରକାରୀଙ୍କୁ ୧୦୦ ଏମବିପିଏସ୍‍ ପର୍ଯ୍ୟନ୍ତ ସ୍ପିଡ୍‍ ମିଳିବ। ଏହାର ପ୍ରମିୟମ ପ୍ୟାକେଜରେ ଏହି ସ୍ପିଡ୍‍ ୧ ଜିବିପିଏସ୍‍ ପର୍ଯ୍ୟନ୍ତ ରହିବ। ପ୍ରକାଶ ଯେ ଏବେ ଭାରତରେ ଫିକ୍ସଡ୍‍ ବ୍ରଡବ୍ୟାଣ୍ଡରେ ଡାଉନଲୋଡ ସ୍ପିଡ ୨୬.୪ ଏମବିପିଏସ୍‍ ରହିଛି ଓ ଅପଲୋଡ ସ୍ପିଡ ୨୧.୯୧ ଏମବିପିଏସ୍‍ ଅଛି।

ଜିଓ ପକ୍ଷରୁ ୯ଟି ସେବା ପ୍ରଦାନ କରାଯିବ ..

୧-ଅଲ୍ଟ୍ରା ହାଇସ୍ପିଡ ବ୍ରଡବ୍ୟାଣ୍ଡ (୧ ଜିବିପିଏସ ପର୍ଯ୍ୟନ୍ତ)

୨- ମାଗଣା ଅସୀମିତ ଭଏସ କଲ (ଘରୋଇ), କନଫରେନ୍ସିଂ ଏବଂ ଇଣ୍ଟରନେଟ କଲିଂ

୩- ଟିଭି ଭିଡ଼ିଓ କଲିଂ ଏବଂ କନଫରେନ୍ସିଂ

୪- ଏଣ୍ଟରଟେରିମେଣ୍ଟ ଓଟିଟି ଆପ୍ସ

୫- ଗେମିଂ

୬- ହୋମ ନେଟୱାର୍କ

୭- ଡିଭାଇସ ସିକ୍ୟୁରିଟି

୮- ଭର୍ଚୁଆଲ ରିଆଲିଟିର ଅନୁଭବ

୯- ପ୍ରମିୟମ କଣ୍ଟେଟ ପ୍ଲାଟଫର୍ମ

ଜିଓ ଜିଗାଫାଇବରରେ ଉପଭୋକ୍ତାଙ୍କୁ ୩ ମାସ, ୬ ମାସ ଏବଂ ୧୨ ମାସ ପର୍ଯ୍ୟନ୍ତ ପ୍ଲାନର ସୁବିଧା ମିଳିବ । ଏହି ପ୍ଲାନ ୬୯୯ ଟଙ୍କାରୁ ଆରମ୍ଭ ହୋଇ ୮,୪୯୯ ଟଙ୍କା ପର୍ଯ୍ୟନ୍ତ ରହିଛି । ସମସ୍ତ ପ୍ଲାନର ଆରମ୍ଭ (୧୦୦ ଏମବିପିଏସ)ରୁ ଆରମ୍ଭ ହେବ । ବ୍ୟାଙ୍କ ଟାଇଅଫ ମାଧ୍ୟମରେ ଜିଓ ଜିଗାଫାଇବର ଆକର୍ଷକ ଇଏମଆଇ ସୁବିଧା ପ୍ରଦାନ କରିବ । ଉପଭୋକ୍ତା ମାସିକିଆ ଇଏମଆଇ ପ୍ରଦାନ କରି ଜିଓ ଜିଗାଫାଇବରର ବର୍ଷିକିଆ ପ୍ଲାନର ସୁବିଧା ନେଇପାରିବେ ।

ଜିଓ ଜିଗାଫାଇବରର ୱେଲକମ ପ୍ଲାନରେ ଉପଭୋକ୍ତାଙ୍କୁ ଏଚଡି/୪କେ ଏଲଇଡି ଟେଲିଭିଜନ ସେଟ ଏବଂ ୪କେ ସେଟଅପ ବକ୍ସ ମାଗଣା ମିଳିବ। ଅର୍ଥାତ ଗ୍ରାହକଙ୍କୁ କେବଳ ଡାଟା ପାଇଁ ମୂଲ୍ୟ ଦେବାକୁ ପଡ଼ିବ। ଭଏସ କଲ ସବୁଦିନ ପାଇଁ ଅସୀମିତ ରହିବ।
ଜିଓ ଜିଗାଫାଇବରରେ ନୂଆ ଚଳଚ୍ଚିତ୍ର ମୁକ୍ତିଲାଭ କରୁ କରୁ ‘ପ୍ରଥମ ଦିନ ପ୍ରଥମ ଶୋ’ ଦେଖାଇବ। ଅର୍ଥାତ ଜିଓ ଜିଗାଫାଇବରର ଉପଭୋକ୍ତା ଘରେ ବସି ପ୍ରଥମ ଦିନ ହିଁ ନୂଆଚଳଚ୍ଚିତ୍ର ଦେଖିପାରିବେ। ତେବେ ଏହି ସୁବିଧା ୨୦୨୦ ମଧ୍ୟଭାଗରୁ ଆରମ୍ଭ ହେବ ବୋଲି କୁହାଯାଇଛି । ଘରେ ବସି ସିନେମା ହଲର ମଜା ନେବା ପାଇଁ ‘ମିକ୍ସଡ୍‍ ରିଆଲିଟି ଡିଭାଇସ’ର ଲଞ୍ଚ କରାଯାଇଛି। ଏହି ଡିଭାଇସ ବା ଉପକରଣରେ ଅନ୍ୟ କିଛି ଫିଚର ରହିବ।

ମିକ୍ସ ରିଆଲିଟି ମନୋରଞ୍ଜନ ଅନୁଭୂତିକୁ ଉତ୍କର୍ଷ କରିବାରେ ସହାୟକ ହେବ।

ଏଥିରେ ସବୁ ପ୍ରକାର ଖେଳ ‘ଗେମ’ ଉପଲବ୍ଧ ରହିବ।

ରିମୋର୍ଟ ଟିଭିରେ ଭିଡିଓ କନଫ୍ରେନ୍ସିଂର ସୁବିଧା ଉପଲବ୍ଧ ରହିବ।

ବ୍ରଡବ୍ରାଣ୍ଡ ସହ ଲ୍ୟାଣ୍ଡଲାଇନ ଫୋନ୍‍ ମାଗଣା ମିଳିବ।

Leave A Reply