ମୋ ନଜରରେ ଶାହରୁଖ ଏକ ଭଲ ମଣିଷ : ରେହାମ

0

ନୂଆଦିଲ୍ଲୀ : ପାକିସ୍ତାନର ପୂର୍ବତନ କ୍ରିକେଟର ତଥା ରାଜନେତା ଇମ୍ରାନ ଖାନଙ୍କ ପୂର୍ବତନ ପତ୍ନୀ ରେହାମ ଖାନ ଲେଖିଥିବା ନିଜ ଆତ୍ମଜୀବନୀ ପୁସ୍ତକରେ ବଲିଉଡ଼ର କିଙ୍ଗ ଖାନ ଶାହରୁଖ୍‍ ଖାନଙ୍କୁ ଜଣେ ଭଲ ମଣିଷ ବୋଲି ଉଲ୍ଲେଖ କରିଛନ୍ତି। ମାତ୍ର ଏହି ପୁସ୍ତକରେ ସେ ଇମରାନଙ୍କ ଉପରେ ଅନେକ ଗୁରୁତର ଆରୋପ ଲଗାଇଛନ୍ତି। ଫଳରେ ଏହି ପୁସ୍ତକକୁ ନେଇ ପାକିସ୍ତାନ ରାଜନୀତିରେ ଝଡ ସୃଷ୍ଟି ହୋଇଛି। ରେହାମ ତାଙ୍କ ପୁସ୍ତକରେ ଲେଖିଛନ୍ତି -୨୦୦୮ମସିହାରେ ଏକ କାର୍ଯ୍ୟକ୍ରମରେ ମୋର ଶାହରୁଖଙ୍କ ସହ ଦେଖା ହୋଇଥିଲା। ଶାହରୁଖ ସେହି କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ଥିଲେ। ସେହି ସମୟରେ ରେହାମ ଏକ ନ୍ୟୁଜ ଚ୍ୟାନେଲରେ କାମ କରୁଥିଲେ ଓ ସେ ଶାହରୁଖଙ୍କ ବ୍ୟକ୍ତିତ୍ୱରେ ପ୍ରଭାବିତ ହୋଇଥିବା କହିଛନ୍ତି। ଶାହରୁଖଙ୍କ ଆନ୍ଦୌ ଅହଙ୍କାର ନାହିଁ ଓ ସେ ଜଣେ ବିନମ୍ର ସ୍ୱଭାବର ବ୍ୟକ୍ତି ବୋଲି ସେ ନିଜ ପୁସ୍ତକରେ ଦର୍ଶାଇଛନ୍ତି।

Leave A Reply