୨୧ ନ୍ୟୁକ୍ଲିୟର ରିଆକ୍ଟର ନିର୍ମାଣ କରୁଛି ଭାରତ ; ଲୋକସଭାରେ ସରକାରଙ୍କର ସୂଚନା

0

ନୂଆଦିଲ୍ଲୀ : ଭାରତ ସରକାର ୨୧ଟି ନ୍ୟୁକ୍ଲିୟର ରିଆକ୍ଟର ନିର୍ମାଣ କରୁଛନ୍ତି । ୧୫,୭୦୦ ମେଗାୱାଟ  କ୍ଷମତା ବିଶିଷ୍ଟ ଏହି ୨୧ଟି ନ୍ୟୁକ୍ଲିୟର ରିଆକ୍ଟର ନିର୍ମାଣ କର୍ଯ୍ୟ ଜାରି ରହିଛି। ତେବେ ବର୍ତ୍ତମାନ କାର୍ଯ୍ୟକ୍ଷମ ଥିବା କେନ୍ଦ୍ରର ଉତ୍ପାଦନ କ୍ଷମତା ବୃଦ୍ଧି କରିବାକୁ ସରକାର ମନା କରି ଦେଇଛନ୍ତି।

କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ ବୁଧବାର ଲୋକସଭାରେ ସୂଚନା ଦେଇ କହିଛନ୍ତି ଯେ ବିଭିନ୍ନ ପର୍ଯ୍ୟାୟରେ ନ୍ୟୁକ୍ଲିୟର ରିଆକ୍ଟର ନିର୍ମାଣ କାର୍ଯ୍ୟ ଜାରି ରହିଛି। ୨୦୨୪-୨୫ ସୁଦ୍ଧା ଏହାର ନିର୍ମାଣ କାର୍ଯ୍ୟ ଶେଷ ହେବ ବୋଲି ଆଶା କରାଯାଏ। ଏକ ପ୍ରଶ୍ନର ଉତ୍ତର ଦେଇ ଶ୍ରୀ ସିଂହ  କହିଛନ୍ତି ଯେ,ଆଉ ୧୨ଟି ରିଆକ୍ଟରକୁ ପ୍ରଶାସନିକ ମଞ୍ଜୁରି ମିଳି ସାରିଛି । ଏଥିପାଇଁ ଗତ ଜୁନ୍ ମାସରେ ଅର୍ଥ ମଧ୍ୟ ମଞ୍ଜୁର ହୋଇଛି ବୋଲି ଶ୍ରୀ ସିଂହ କହିଛନ୍ତି।

Leave A Reply